ଆପଣ ମୋଟା ହୋଇଥିଲେ ହିଁ ପେଟ ଫୁଲିବ ଏହା ଜରୁରୀ ନୁହେଁ। ଅନେକ ଥର ଠିକ୍ ଭାବେ ଖାଦ୍ୟ-ପାନୀୟ କରି ବ୍ୟାୟାମ କରିବା ସତ୍ତ୍ୱେ ମଧ୍ୟ କିଛି କାରଣରୁ ପେଟ ଫୁଲି ଯାଉଥାଏ, ଯାହାକୁ ବ୍ଲୋଟିଂ ମଧ୍ୟ କୁହାଯାଏ। କାହିଁକି ପେଟ ଫୁଲିଥାଏ ଓ ଘରୋଇ ଉପଚାରରେ ୨୪ ଘଣ୍ଟା ମଧ୍ୟରେ କେମିତି ଏଥିରୁ ଆରାମ ପାଇବେ ଜାଣନ୍ତୁ।
କାହିଁକି ପେଟ ଫୁଲିଥାଏ ?
ପାଉଁରୁଟି, ଦୁଗ୍ଧ ଜାତୀୟ ଖାଦ୍ୟ ଓ ମାଂସ ଭଳି ଖାଦ୍ୟ ପେଟ ଫୁଲାର କାରଣ ହୋଇଥାଏ।
ଯଦି କୌଣସି ଖାଦ୍ୟ ପ୍ରତି ଆପଣଙ୍କର ଅରୁଚି ବା ଆଲାର୍ଜି ରହିଥାଏ ।
ପ୍ରୋଟିନକୁ ହଜମ କରିବାରେ ଶରୀରରେ ହେଉଥିବା ସମସ୍ୟା ଯୋଗୁଁ।
ଡିହାଇଡ୍ରେସନ୍ ଓ କବ୍ଜ ବି କାରଣ ହୋଇପାରେ।
ଶରୀରରେ ଫ୍ଲୁଇଡ୍ ରିଟେନ୍ସନ୍ :
ମାସିକ ଧର୍ମ ସମୟରେ କିମ୍ବା କୌଣସି ହାର୍ମୋନ୍ ପରିବର୍ତ୍ତନ ଯୋଗୁଁ ଏହା ହୋଇଥାଏ
ଲେମ୍ବୁ ପାଣି ପିଅନ୍ତୁ :
ଆପଣଙ୍କ ହଜମକ୍ରିୟାକୁ ଆହୁରି ଭଲ କରିବା ପାଇଁ ସକାଳେ ଉଠିବା ପରେ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଅନ୍ତୁ। ଏହା ବ୍ୟତୀତ ଆପଣ ଗ୍ରିନ୍-ଟି’ରେ ମଧ୍ୟ ଲେମ୍ବୁ ମିଶାଇ ଜଳଖିଆ ଖାଇବା ସମୟରେ ମଧ୍ୟ ସେବନ କରିପାରିବେ।
ଡାଏରୀ ବା କ୍ଷୀର ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ :
ଯଦି ଆପଣଙ୍କୁ କ୍ଷୀର କିମ୍ବା କ୍ଷୀରରୁ ତିଆରି ହୋଇଥିବା ଦ୍ରବ୍ୟ ଖାଇବା ପରେ ପେଟ ଫୁଲିବା ବା ପେଟ ଜନିତ ସମସ୍ୟା ହେଉଛି ତା’ହେଲେ ଆପଣଙ୍କୁ କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା ବନ୍ଦ କରିଦେବା ଉଚିତ୍। ପେଟ ଫୁଲିବା ସମସ୍ୟାରୁ ବଞ୍ଚିବା ପାଇଁ ଆପଣଙ୍କୁ କ୍ଷୀର, ଦହି, ଚିଜ୍, ପନିର ଆଦି ଜିନିଷ ଖାଇବା ବନ୍ଦ କରି ଦିଅନ୍ତୁ।
ଖାଦ୍ୟରେ ଫାଇବରର ମାତ୍ରା କମ୍ କରନ୍ତୁ :
ଫାଇବର ବା ତନ୍ତୁଜାତୀୟ ଖାଦ୍ୟରେ ଏମିତି ତତ୍ତ୍ୱ ରହିଛି, ଯାହା ଆପଣଙ୍କୁ ଓଜନ କମ୍ କରିବା ପାଇଁ ସାହାଯ୍ୟ କରିଥାଏ। ଯଦି ଆପଣ ଫାଇବର ଖାଇବାର ଅଭ୍ୟସ୍ତ ନୁହନ୍ତି, କିମ୍ବା ଆପଣ ଡାଏଟ୍ରେ ବହୁତ୍ କମ୍ ଫାଇବର ବ୍ୟବହାର କରୁଛନ୍ତି ତା’ହେଲେ ଏହି କାରଣରୁ ମଧ୍ୟ ଆପଣଙ୍କ ପେଟ ଫୁଲିବା ସମସ୍ୟା ହୋଇପାରେ। ଏହାର କାରଣ ଏହା ଯେ ଆପଣଙ୍କ ହଜମ କ୍ରିୟା ଫାଇବର୍କୁ ପ୍ରୋସେସ୍ କରିବାରେ ସକ୍ଷମ ହୋଇ ନ ଥାଏ।
ଅମୃତଭଣ୍ଡା ଓ ସପୁରୀ ଖାଆନ୍ତୁ :
ପେଟ ସମସ୍ୟାରେ ପୀଡ଼ିତ ଥିଲେ – ଅମୃତଭଣ୍ଡା ଓ ସପୁରୀ ଉଭୟ ଏମିତି ଫଳ ଯାହାର ସେବନ ଦ୍ୱାରା ଆପଣଙ୍କ ପେଟ ସମସ୍ୟା ସହଜରେ ଦୂର ହୋଇଯିବ। ଅମୃତଭଣ୍ଡାରେ ପୈପେନ୍ ଓ ସପୁରୀରେ ବ୍ରୋମେଲେନ୍ ରହିଥାଏ ଯାହା ପ୍ରୋଟିନ୍କୁ ହଜମ କରିବାରେ ସାହାଯ୍ୟ କରିଥାଏ ଓ ଏହା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ।ଚ
ଅଧିକ ପାଣି ପିଅନ୍ତୁ :
ଆପଣ ଭାବୁଥିବେ ଯେ ଅଧିକ ପାଣି ପିଇବା ଦ୍ୱାରା ପେଟ ଫୁଲିଯାଇଥାଏ କିନ୍ତୁ ଆମ ଶରୀରକୁ ବହୁତ୍ ପରିମାଣରେ ପାଣି ଓ ଫ୍ଲୁଇଡ୍ସର ଆବଶ୍ୟକତା ପଡ଼ିଥାଏ। ପ୍ରାୟତଃ ଯେଉଁ ସମୟରେ ପାଗ ଗରମ ଥିବ କିମ୍ବା ଆପଣ ବ୍ୟାୟାମ କରି ଯାଉଥିବେ। ଖାଦ୍ୟ ଖାଇ ସାରି ଯଦି ଘରୁ ବାହାରକୁ ଯାଉଛନ୍ତି ତା’ହେଲେ ପାଣି ପିଇ ବାହାରନ୍ତୁ, ଏହା ଦ୍ୱାରା ଖାଦ୍ୟ ପଚିବା ସହଜ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/e2-798x418.jpg)
/kanak/media/post_attachments/wp-content/uploads/2018/10/19-Effective-Home-Remedies-To-Get-Rid-Of-Bloated-Stomach-3-300x157.jpg)
/kanak/media/post_attachments/wp-content/uploads/2018/10/maxresdefault-1-1-300x169.jpg)