ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟରରେ ପାଣି ପଶି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ; ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଟିମ୍ ଗଠନ

Advertisment
ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟରରେ ପାଣି ପଶି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ; ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଟିମ୍ ଗଠନ

କନକ ବ୍ୟୁରୋ: ଦିଲ୍ଲୀ ରାଜେନ୍ଦ୍ର ନଗରରେ ଥିବା ଆଇଏଏସ କୋଚିଂ ସେଣ୍ଟରରେ ବର୍ଷା ପାଣି ଯୋଗୁଁ ୩ ଜଣ ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟଣା । ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଏକ କମିଟି ଗଠନ କରିଛି। ମନ୍ତ୍ରଣାଳୟ ଏହି କମିଟି ସଂପୃକ୍ତ ଆଇଏଏସ ଷ୍ଟଡି ସର୍କଲରେ ଘଟଣାର କାରଣ ତଦନ୍ତ କରିବା, ଦାୟିତ୍ୱ ନିର୍ଦ୍ଧାରଣ କରିବା, ପଦକ୍ଷେପ ସୁପାରିସ କରିବା ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ଏଡ଼ାଇବା ପାଇଁ ନୀତି ପରିବର୍ତ୍ତନ ପାଇଁ ସୁପାରିସ କରିବାକୁ ଦାୟିତ୍ୱ ଦେଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଦିଲ୍ଲୀ ସରକାରଙ୍କ ପ୍ରମୁଖ ସଚିବ , ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ପୋଲିସ କମିଶନର, ଅଗ୍ନିଶମ ପରାମର୍ଶଦାତା ଏବଂ ଯୁଗ୍ମ ସଚିବଙ୍କୁ ନେଇ ଗଠିତ ହୋଇଛି କମିଟି । ଏହି କମିଟି ତଦନ୍ତ କରି ୩୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ।

କୋଚିଂ ଇନଷ୍ଟିଚ୍ୟୁଟ୍ ଥିବା ଏକ କୋଠାର ବେସମେଣ୍ଟରେ ବର୍ଷା ପାଣି ଯୋଗୁଁ ଶନିବାର ସନ୍ଧ୍ୟାରେ ୩ ଜଣ ଆଇଏଏସ୍ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିଲା । ,ହି ଘଟଣାରେ ପ୍ରାଣ ହରାଇଥିଲେ ଉତ୍ତରପ୍ରଦେଶର ଶ୍ରେୟା ଯାଦବ, ତେଲେଙ୍ଗାନାର ତାନ୍ୟା ସୋନି ଏବଂ କେରଳର ନେଭିନ୍ ଡଲୱିନ୍ । ଏହି ଘଟଣା ପରେ ଦିଲ୍ଲୀର ଏକାଧିକ କୋଚିଙ୍ଗ ସେଣ୍ଟରକୁ ସିଲ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe