ଦେଶର ହେବ ଇ-ଜନଗଣନା । ମିଳିବ ୧୦୦ ପ୍ରତିଶତ ସଠିକ୍ ତଥ୍ୟ । ଗୃହମନ୍ତ୍ରୀଙ୍କ ବଡ ଘୋଷଣା । 

171

କନକ ବ୍ୟୁରୋ: ଦେଶରେ ଆଗାମୀ ଦିନରେ ହେବେ ଇ- ଜନଗଣନା । ୧୦୦ ପ୍ରତିଶତ ସଠିକ୍ ଜନସଂଖ୍ୟା ଜାଣିବା ପାଇଁ ଏଭଳି କରାଯିବ । ଆସାମାର ଗୌହାଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବଡ ଘୋଷଣା କରିଛନ୍ତି । ଅମ୍ବିଗାଓଁରେ ଜନଗଣନା କେନ୍ଦ୍ର ଉଦାଘାଟନ ଅବସରରେ ଗୃହମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଦେଶରେ  ଇ-ଜନଗଣନା ହେବ । ଏହା ହେବା ଦ୍ୱାରା ୧୦୦ ପ୍ରତିଶତ ସଠିକ ଜନସଂଖ୍ୟା ଜଣାପଡିବ ।

ଜନଗଣନାକୁ ସଠିକ କରିବା ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପଦକ୍ଷେପ ନେଉଛି । ସୋମବାର ଗୃହମନ୍ତ୍ରୀ ଜଗଗଣନାକୁ ନେଇ ଏହି ବଡ ବୟାନ ଦେଇଛନ୍ତି । ଏହା  ଦ୍ୱାରା  ଜନଗଣନା ସଠିକ ହୋଇପାରିବ । ଦେଶର ବିକାଶରେ ବିକାଶମୂଳକ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ଜନଗଣନାର ଅନେକ ଗୁରୁତ୍ୱ ରଖୁଛିି । ଯେଉଁ ଇ- ଜନଗଣନା ହେବ ସେହି ଆଧାରରେ ଆଗାମୀ ୨୫ ବର୍ଷ ପାଇଁ ଦେଶର ବିକାଶର ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯିବ ।

ଗୃହମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣକୁ ଜନଗଣନା ସହ ଯୋଡା ଯିବ । ୨୦୨୪ ପର୍ଯ୍ୟନ୍ତ ଜନ୍ମ ଓ ମୃତ୍ୟୁର ପଞ୍ଜିକରଣ କରାଯିବ । ଏହା ଦ୍ୱାରା ଆପେଆପେ ଜନଗଣନା ଅପଡେଟ ହୋଇଯିବ । ସଫ୍ଟୱେର ଲଞ୍ଚ ହେବାପରେ ମୋ ପରିବାର ପ୍ରଥମେ ଅନଲାଇନରେ ସମସ୍ତ ବିବରଣୀ ଦେବେ ।