କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ: କହିଲେ ଐତିହାସିକଙ୍କ ଭୁଲ ଯୋଗୁଁ ଲୁଚିଯାଇଛି ପ୍ରକୃତ ତଥ୍ୟ; ସମୟ ଆସିଛି ଇତିହାସରେ ଅଣାଯାଉ ସୁଧାର

433

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ବୟାନ । ସେ କହିଛନ୍ତି ଜାମ୍ମୁକାଶ୍ମୀରକୁ ଏକୀକିରଣ କରିବା ପରେ ଏବେ ଦେଶରେ ସତ ଇତିହାସ ଲେଖିବାର ସମୟ ଆସିଛି । କିଛି ଐତିହାସିକଙ୍କ ଭୁଲ ଯୋଗୁଁ ଲୋକେ ସତ ବଦଳରେ ବିଭ୍ରାନ୍ତିକର ତଥ୍ୟ ଜାଣିଛନ୍ତି । ଜମ୍ମୁକଶ୍ମୀରରୁ ସୁଫି ସନ୍ଥ ସଂସ୍କୃତି ଲୋପ ପାଇଗଲା, କାଶ୍ମୀର ପଣ୍ଡିତଙ୍କୁ ଘାଟି ଛାଡିବାକୁ ପଡିଲା । ଖାସ କରି କଶ୍ମୀର ଧାରା ୩୭୦ ଯୋଗୁଁ ବିଶେଷ କ୍ଷତି ସହିଛି ବୋଲି କହିଥିଲେ ଅମିତ ଶାହା ।

ତେବେ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଅମିତ ଶାହାଙ୍କ ଏଭଳି ମନ୍ତବ୍ୟ ବେଶ ଗୁରୁତ୍ୱ ବହନ କରୁଛି । ସେ କହିଛନ୍ତି ସ୍ୱାଧୀନତା ପରେ ଛୋଟ ଛୋଟ ୬୩୦ ରାଜ୍ୟକୁ ଦେଶରେ ସାମିଲ କରିବାକୁ ସମୟ ଲାଗିଲା ନାହିଁ । ହେଲେ ଜାମ୍ମୁକାଶ୍ମୀର ଭାରତର ହେବାକୁ ୨୦୧୯ ଅଗଷ୍ଟ ୫ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡିଲା । ଏହି ଅବସରରେ ସେ ସରଦାର ବଲ୍ଲଭାଇ ପଟେଲଙ୍କ କଥା ମଧ୍ୟ ମନେପକାଇଛନ୍ତି । ଐତିହାସିକମାନେ କରିଥିବା ଭୁଲର ସୁଧାର କରି ନୂଆ ରୂପପରେ ଇତିହାସ ଲେଖିବା ସମୟ ଆସିଛି ବୋଲି କହିଥିଲେ ଅମିତ ଶାହା ।