କନକ ବ୍ୟୁରୋ : ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ନକ୍ସଲ ମାନଙ୍କର ଏଭଳି ଅମାନବୀୟ ଆକ୍ରମଣ ପରେ ଗୃହମନ୍ତ୍ରଣାଳୟ ଆକ୍ସନ ମୋଡକୁ ଆସିଛି । ନକ୍ସଲଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ଛତିଶଗଡର ଜଗତପୁରରେ ପହଂଚିଛନ୍ତି । ସେ ସେଠାରେ ପହଂଚି ପ୍ରଥମେ ସହିଦ ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Advertisment

ଏହାପରେ ଗୃହମନ୍ତ୍ରୀ ଅମିତ୍ ଶାହା ମେଡିକାଲରେ ଚିକିତ୍ସିତ ହେଉଥିବା ଯବାନମାନଙ୍କୁ ଭେଟିବେ । ଆଜି ସକାଳୁ ଶ୍ରୀ ଶାହା ଦିଲ୍ଲୀରୁ ଜଗଦଲପୁର ଅଭିମୁଖେ ଯାତ୍ରା କରିଥିଲେ । ଏଠାରେ ସେ ନକ୍ସଲ ନିପାତ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଏକ ବୈଠକ କରିବେ ବୋଲି ଜଣାପଡିଛି । ଏହା ପୂର୍ବରୁ ଏନେଇ ଦିଲ୍ଲୀରେ ବି ଶ୍ରୀ ଶାହା ଏକ ବୈଠକ କରିଥିଷଲ । ଯେଉଁଥିରେ ଗୋଇନ୍ଦା ସଂସ୍ଥାର ଅଧିକାରୀ ମାନଙ୍କ ସହ ଅର୍ଦ୍ଧସାମରିକବଳର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।