ଜେଡିୟୁଠୁ ବିଚ୍ଛେଦ ପରେ ପ୍ରଥମ ଥର ପାଇଁ ବିହାରରେ ପହଁଚିଲେ ଗୃହମନ୍ତ୍ରୀ । ମଂଚରୁ ନୀତିଶ କୁମାରଙ୍କୁ ତେରଛା ବାଣ

76

 କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ବିଜେପି ସହ ମେଂଟ ଭାଙ୍ଗି ଓ ନୂଆ ମେଂଟ ସହ ବିହାରରେ ସରକାର ଗଠନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହା ପରଠୁ ଉଭୟ ବିଜେପି ଓ ଜେଡିୟୁ ମଧ୍ୟରେ ବୟାନବାଜୀ ଚାଲିଛି । ନୀତିଶ ଏନଡିଏରୁ ଓହରିବା ପରେ ପ୍ରଥମ ଥର ପାଇଁ ଏବେ ବିହାରରେ ପହଁଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପୂର୍ଣ୍ଣିଆରେ ଆୟୋଜିତ ରାଲିରେ ନୀତିଶଙ୍କୁ ମଂଚରୁ ସିଧା ଟାର୍ଗେଟ କରିଛନ୍ତି ଶାହା । ପିଠିରେ ଛୁରି ଭୁଷି ନୀତିଶ ବିଜେପି ସହ ବିଶ୍ୱାସଘାତକତା କରିଥିବା ଶାହା କହିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତିଶ ଆରଜେଡି ସହ ମେଂଟ କରିଛନ୍ତି କିନ୍ତୁ ତାଙ୍କର ଏହି ଅଭିଳାଷା ପୂରା ହେବନି ବୋଲି ଶାହା କହିଛନ୍ତି । ଏଥିସହ ନୀତିଶଙ୍କ ସ୍ୱାର୍ଥଠୁ ବଂଚି ରହିବା ପାଇଁ ଲାଲୁଙ୍କ ସର୍ତକ କରାଇଛନ୍ତି ଗୃହମନ୍ତ୍ରୀ ୨୦୨୫ରେ ବିହାରରେ ମେଂଟ ସରକାର ଭାଙ୍ଗିବ ଓ ପଦ୍ମ ଫୁଟିବ ବୋଲି ଦୃଢୋକ୍ତି ସହ ଶାହା କହିଛନ୍ତି । ଜନ ଭାବନା ମହାସଭା ରାଲିରେ ଉଦବୋଧନ ଦେଇ ଅମିତ ଶାହା ଦଳୀୟ ସାଂସଦ, ବିଧାୟକ, ବିଧାନ ପରିଷଦ ସଦଦ୍ୟ ଓ କର୍ମୀଙ୍କୁ ଭେଟିବେ ଓ ଆଲୋଚନା କରିବେ ।