କନକ ବ୍ୟୁରୋ: ସୋରଡାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ପରେ କଟକରେ ରୋଡ-ଶୋ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ସୋରଡାରୁ ହେଲକପ୍ଟର ଯୋଗେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ସଡକ ପଥରେ କଟକ ଯାଇଛନ୍ତି ଅମିତ ଶାହା ।  କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରୋଡ-ଶୋ ଆରମ୍ଭ କରିଛନ୍ତି । ସମାଜ ଅଫିସରୁ ଗୋପବନ୍ଧୁ ବାଗ, ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ନୟାସଡକ, ବାଲୁବଜାର ଦେଇ ଚାନ୍ଦିନ ଚୌକ ଯାଏଁ ଯିବ ଶାହାଙ୍କ ରୋଡ-ଶୋ । ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଜେପି କର୍ମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବଙ୍କ ପାଇଁ ଭୋଟ ମାଗିବେ ଅମିତ ଶାହା ।