କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ । ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହୋଇପାରେ ସିଏଏ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା କହିଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ନାଗରିକତ୍ୱ ସଂଶୋଧନ ଆଇନ ଲାଗୁ ହେବା ଏକପ୍ରକାର ନିଶ୍ଚିତ । ଦୀର୍ଘଦିନ ହେବ ଏହା ଆଇନରେ ପରିଣତ ହୋଇଥିଲେ ବି କାର୍ଯ୍ୟକାରୀ ହୋଇପାରୁନି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାତି କଥା ଉଠାଇ ପ୍ରଶ୍ନ ପଚାରିଥିବା କଂଗ୍ରେସ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ଶାହା । ଏଥିସହ ସାଧାରଣ ନିର୍ବାଚନ ଫଳାଫଳର ସ୍ପଷ୍ଟ ରୂପରେଖ ଜନତା ଭାବିସାରିଥିବା ଗୃହମନ୍ତ୍ରୀ କହିଥିଲେ ।
ଅନ୍ୟପଟେ ବଜେଟ ଅଧିବେଶନ ଶେଷ ଦିନରେ ରାମମନ୍ଦିର ପ୍ରସଙ୍ଗରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଛି । ଏହି ସମୟରେ ଗୃହମନ୍ତ୍ରୀ ରାମମନ୍ଦିର ଆନ୍ଦୋଳନଠୁ ନେଇ ନିର୍ମାଣ ଏବଂ ପ୍ରାଣପ୍ରତିଷ୍ଠା ଉପରେ ଅଭିଭାଷଣ ରଖିଛନ୍ତି । ଶାହା କହିଛନ୍ତି, ଜାନୁଆରୀ ୨୨ ଦେଶ ପାଇଁ ଐତିହାସିକ ଦିନ ଥିଲା । ଇତିହାସରେ ଏହି ଦିନ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିବ । ସମସ୍ତ ରାମଭକ୍ତଙ୍କ ଆଶା ଓ ସ୍ୱପ୍ନ ପୂରା ହୋଇଛି । ଏଥିସହ ଶାହା କହିଛନ୍ତି ମୋଦୀଙ୍କ ନେତୃତ୍ୱ ବିନା ରାମମନ୍ଦିର ନିର୍ମାଣ ଅସମ୍ଭବ ଥିଲା । ଦୀର୍ଘବର୍ଷର ଆନ୍ଦୋଳନକୁ ଶେଷ କରି ଦେଶବାସୀଙ୍କ ସ୍ୱପ୍ନ ପୂରଣ କରିଛନ୍ତି ମୋଦୀ ସରକାର । ବିଜେପି ସରକାର ସବକା ସାଥ, ସବକା ବିକାଶ ସହ ସମସ୍ତ ପ୍ରସ୍ତୁତି ପୂରା କରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/AMIT-SHAH.jpg)