ହିଂସାଗସ୍ତ ମଣିପୁରରେ ଆଜି ପହଁଚିବେ ଗୃହମନ୍ତ୍ରୀ ଅମିତ ଶାହା: ରାଜ୍ୟର ଅଶାନ୍ତ ସ୍ଥିତିର କରିବେ ସମୀକ୍ଷା

146

କନକ ବ୍ୟୁରୋ: ଜଳୁଛି ମଣିପୁର । ପ୍ରାୟ ଏକ ମାସ ହେବ ଥମୁନି ମଣିପୁର ହିଂସା । ମଣିପୁରର ବହୁ ଗାଁ ଜଳିବାରେ ଲାଗିଛି । ରାଜ୍ୟର କିଛି ଅଂଚଳରେ ଗୁଳି ବର୍ଷା ଓ ଦଙ୍ଗା ଘଟଣା ସାମ୍ନାକୁ ଆସୁଛି । କିଛି ସ୍ଥାନରେ ଏବେ ବି ମଧ୍ୟ କଫ୍ୟୁ ଜାରି ରହିଛି । ରାଜ୍ୟରେ ଲାଗି ରହିଥିବା ହିଂସାରେ ଏପର୍ଯ୍ୟନ୍ତ ପାଖାପାଖି ୭୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ଗୁଜବ ପ୍ରସାରିତ ହେଉଥିବାରୁ ସରକାର ଇଂଟରନେଟ ସେବା ୩୧ ତାରିଖ ଯାଏଁ ବନ୍ଦ କରିଛନ୍ତି । ଅନ୍ୟପଟେ ହିଂସା ପ୍ରଭାବିତ ମଣିପୁରର ମହିଳା ଓ ଶିଶୁଙ୍କୁ ଉଗ୍ରବାଦୀ ଫଶାଇ ଆକ୍ରମଣ ପାଇଁ ବ୍ୟବହାର କରୁଥିବା ଜଣାପଡ଼ିଛି । ଏହି ସୂଚନା ଦେଇଛି ଭାରତୀୟ ସେନା । ସେପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଣିପୁର ଗସ୍ତ କରୁଛନ୍ତି । ହିଂସାପ୍ରଭାବିତ ଅଂଚଳରେ ସ୍ଥିତି ସମୀକ୍ଷା କରିବେ ।