ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଉପସ୍ଥାପନ କରିବେ ଦିଲ୍ଲୀ ଅଧ୍ୟାଦେଶ ବିଲ୍, ଗତକାଲି କ୍ୟାବିନେଟର ମିଳିଛି ମଞ୍ଜୁରୀ ...

Advertisment
ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଉପସ୍ଥାପନ କରିବେ ଦିଲ୍ଲୀ ଅଧ୍ୟାଦେଶ ବିଲ୍, ଗତକାଲି କ୍ୟାବିନେଟର ମିଳିଛି ମଞ୍ଜୁରୀ ...

କନକ ବ୍ୟୁରୋ: ଦିଲ୍ଲୀରେ ବିଭିନ୍ନ ସେବାକୁ ନିୟନ୍ତ୍ରଣ ସହ ଜଡିତ ବିଲକୁ ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଲୋକସଭାରେ ଉପସ୍ଥାପନା କରିବେ । ଦିଲ୍ଲୀ ସେବା ଅଧ୍ୟାଦେଶ ସ୍ଥାନରେ ଆସୁଥିବା ଏହି ବିଲକୁ ଗତକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳ ମଞ୍ଜୁରୀ ଦେଇଥିଲା । କେନ୍ଦ୍ର ପକ୍ଷରୁ ମେ ୧୯ରେ ଜାରି ହୋଇଥିବା ଏହି ଅଧ୍ୟାଦେଶରେ ସୁପ୍ରିମକୋର୍ଟ ଦ୍ୱାରା ଜାରି ହୋଇଥିବା ଆଦେଶକୁ ପରିବର୍ତ୍ତନ କରିବାର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଅଧିକାରୀଙ୍କ ବଦଳି ଏବଂ ପୋଷ୍ଟିଂ ସହିତ ଅନ୍ୟ ସେବା ପାଇଁ ଦିଲ୍ଲୀ ସରକାରଙ୍କୁ ଶକ୍ତି ପ୍ରଦାନ କରାଯାଇଥିଲା ।

ଏହି ଅଧ୍ୟାଦେଶରେ ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର, ଲାକ୍ଷାଦୀପ, ଡାମନ ଏବଂ ଡିଉ ତଥା ଦାଦ୍ରାନଗର ହାବେଳୀ ସେବା କ୍ୟାଡର ଗ୍ରୁପ-ଏ ଅଧିକାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନେବା ତଥା ସେମାନଙ୍କ ବଦଳି ପାଇଁ ରାଷ୍ଟ୍ରୀୟ ରାଜଧାନୀ ସିଭିଲ ସେବା ପ୍ରାଧିକରଣ ସ୍ଥାପିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe