କନକ ବ୍ୟୁରୋ: ଦିଲ୍ଲୀରେ ବିଭିନ୍ନ ସେବାକୁ ନିୟନ୍ତ୍ରଣ ସହ ଜଡିତ ବିଲକୁ ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଲୋକସଭାରେ ଉପସ୍ଥାପନା କରିବେ । ଦିଲ୍ଲୀ ସେବା ଅଧ୍ୟାଦେଶ ସ୍ଥାନରେ ଆସୁଥିବା ଏହି ବିଲକୁ ଗତକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳ ମଞ୍ଜୁରୀ ଦେଇଥିଲା । କେନ୍ଦ୍ର ପକ୍ଷରୁ ମେ ୧୯ରେ ଜାରି ହୋଇଥିବା ଏହି ଅଧ୍ୟାଦେଶରେ ସୁପ୍ରିମକୋର୍ଟ ଦ୍ୱାରା ଜାରି ହୋଇଥିବା ଆଦେଶକୁ ପରିବର୍ତ୍ତନ କରିବାର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଅଧିକାରୀଙ୍କ ବଦଳି ଏବଂ ପୋଷ୍ଟିଂ ସହିତ ଅନ୍ୟ ସେବା ପାଇଁ ଦିଲ୍ଲୀ ସରକାରଙ୍କୁ ଶକ୍ତି ପ୍ରଦାନ କରାଯାଇଥିଲା ।
ଏହି ଅଧ୍ୟାଦେଶରେ ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର, ଲାକ୍ଷାଦୀପ, ଡାମନ ଏବଂ ଡିଉ ତଥା ଦାଦ୍ରାନଗର ହାବେଳୀ ସେବା କ୍ୟାଡର ଗ୍ରୁପ-ଏ ଅଧିକାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନେବା ତଥା ସେମାନଙ୍କ ବଦଳି ପାଇଁ ରାଷ୍ଟ୍ରୀୟ ରାଜଧାନୀ ସିଭିଲ ସେବା ପ୍ରାଧିକରଣ ସ୍ଥାପିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/Collage-Maker-26-Jul-2023-03-55-PM-2246.jpg)