କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ହଟିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି । ଅମିତ ଶାହା କହିଛନ୍ତି ଯେ, ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବାର ବିଲକୁ ଉପସ୍ଥାପନା କରିବା ସମୟରେ ତାଙ୍କ ମନ ଭିତରେ ପ୍ରବଳ ଡର ଭରି ରହିଥିଲା ଆଉ ଏହି ଡରକୁ ମନ ଭିତରେ ଚାପି ରଖି ସେ ରାଜ୍ୟସଭାରେ ବିଲଟକୁ ଉପସ୍ଥାପନା କରିଥିଲେ ।

Advertisment

ଶାହା କହିଛନ୍ତି କି, ଜଣେ ଗୃହମନ୍ତ୍ରୀ ହିସାବରେ ତାଙ୍କ ମନରେ ଡର ନଥିଲା କି ଜମ୍ମୁୃକାଶୀରରୁ ସମ୍ବିଧାନର ଏହି ଧାରାକୁ ହଟାଇବା ଉଚିତ ହେବନି । ଚେନ୍ନାଇରେ ଅନୁଷ୍ଠିତ ହେଉଥିବା ଏକ କାର୍ଯ୍ୟକ୍ରମରେ ଅମିତ ଶାହା କହିଛନ୍ତି, ଏହି ବିଲକୁ ଉପସ୍ଥାପନା କରିବା ସମୟରେ ତାଙ୍କ ମନରେ ପ୍ରବଳ ଭୟ ତଥା ସଂସୟ ଜାତ ହୋଇଥିଲା କି ଯେତେବେଳେ ସେ ଏହି ବିଲଟିକୁ ରାଜ୍ୟସଭାରେ ଉପସ୍ଥାପନା କରିବେ ସେତେବେଳେ ରାଜ୍ୟସଭାର ମାହୋଲ କିଭଳି ରହିବ ?

publive-image

ଚେନ୍ନାଇରେ ରାଜ୍ୟସଭାର ସଭାପତି ଭେଙ୍କିୟା ନାଇଡୁଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତକର "Listening, Learning and Leading" ଉନ୍ମୋଚନ ଅବସରରେ ଅମିତ ଶାହା କହିଛନ୍ତି କି, ଆନ୍ଧ୍ରର ବିଭାଜନର ଦୃଶ୍ୟ ଆଜି ବି ଦେଶର ଜନତାଙ୍କ ମନରୁ ଲିଭିନି.. ମୋ ମନରେ ଏଥିପାଇଁ ଭୟ ରହିଥିଲା କି କାଳେ ଏଭଳି ଘଟଣା ପୁନର୍ବାନ ନଘଟୁ ଆଉ ଏଥିରେ ମୁଁ ଯେଭଳି ଭାଗୀଦାର ନହୁଏଁ । ତେବେ ମନ ଭିତରେ ଏହି ଡରକୁ ଚାପି ରଖି ମୁଁ ପବିତ୍ର ସଂସଦ ଗୃହରେ ଛିଡା ହୋଇଥିଲା ଆଉ ସମ୍ବିଧାନର ଧାରା ୩୭୦କୁ କାଶ୍ମୀରରୁ ଉଚ୍ଛେଦ କରିବାକୁ ପ୍ରସ୍ତାବ ଦେଇଥିଲି ।