କରୋନାରୁ ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅସୁସ୍ଥ ଅନୁଭବ କରିବାରୁ ରାତି ଅଧରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ମେଡିକାଲ କତୃପକ୍ଷଙ୍କ ସୂଚନା, ସୁସ୍ଥ ଅଛନ୍ତି ଶାହା

601

କନକ ବ୍ୟୁରୋ: ପୁଣି ଅମିତ ଶାହା ଅସୁସ୍ଥ । ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ଏମ୍ସରେ ଭର୍ତି ହେଲେ ଅମିତ ଶାହା । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତି କରାଯାଇଛି । ଡା଼କ୍ତର ରଣଦୀପ୍ ଗୁଲେରିଆଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ସ୍ୱାସ୍ଥାବସ୍ଥା ଉପରେ ନଜର ରଖିଛନ୍ତି ।

ଗତକାଲି ରାତି ୨ଟାରେ ତାଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି । ତାଙ୍କୁ ପୁରୁଣା ପ୍ରାଇଭେଟ ୱାର୍ଡ଼ରେ ରଖାଯାଇଥିବା ସୁଚନା ରହିଛି । ତେବେ ଏବେ ସେ ସୁସ୍ଥ ଅଛନ୍ତି ଏବଂ ହସ୍ପିଟାଲରୁ ସେ ତାଙ୍କର ସମସ୍ତ କାମ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ମେଡିକାଲ କର୍ତୁପକ୍ଷ । ଗତ ୧୪ ତାରିଖରେ ତାଙ୍କର କରୋନା ନେଗେଟିଭ ରିପୋର୍ଟ ଆସିବା ପରେ ସେ ମେଦାନ୍ତ ହସ୍ପିଟାଲରୁ ଫେରିଥିଲେ ।

Comments are closed.