କନକ ବ୍ୟୁରୋ: ପୁଣି ଅମିତ ଶାହା ଅସୁସ୍ଥ । ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ଏମ୍ସରେ ଭର୍ତି ହେଲେ ଅମିତ ଶାହା । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତି କରାଯାଇଛି । ଡା଼କ୍ତର ରଣଦୀପ୍ ଗୁଲେରିଆଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ସ୍ୱାସ୍ଥାବସ୍ଥା ଉପରେ ନଜର ରଖିଛନ୍ତି ।
ଗତକାଲି ରାତି ୨ଟାରେ ତାଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି । ତାଙ୍କୁ ପୁରୁଣା ପ୍ରାଇଭେଟ ୱାର୍ଡ଼ରେ ରଖାଯାଇଥିବା ସୁଚନା ରହିଛି । ତେବେ ଏବେ ସେ ସୁସ୍ଥ ଅଛନ୍ତି ଏବଂ ହସ୍ପିଟାଲରୁ ସେ ତାଙ୍କର ସମସ୍ତ କାମ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ମେଡିକାଲ କର୍ତୁପକ୍ଷ । ଗତ ୧୪ ତାରିଖରେ ତାଙ୍କର କରୋନା ନେଗେଟିଭ ରିପୋର୍ଟ ଆସିବା ପରେ ସେ ମେଦାନ୍ତ ହସ୍ପିଟାଲରୁ ଫେରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/11-22.jpg)