କନକ ବ୍ୟୁରୋ : ଆସନ୍ତା ୨୬ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକରେ କରିବେ ସମାବେଶ । ତୃଣମୂଳସ୍ତରରେ କର୍ମୀ ଓ ନେତାଙ୍କ ସହ କରିବେ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
୨୦୨୪ ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ମାହୋଲ ଦେଖିବାକୁ ମିଳୁଥିବା ବେଳେ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି । ଆଉ ଏସବୁ ଭିତରେ ବିଜେପି ଚାଣକ୍ୟ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି । ଯେହେତୁ ପଶ୍ଚିମ ଓଡ଼ିଶାରେ ବିଜେପିର ସଙ୍ଗଠନ ସୁଦୃଢ ଅଛି ତେଣୁ ଚଳିତ ଗସ୍ତରେ ଉପକୂଳ ଓଡ଼ିଶା ଉପରେ ଫୋକସ କରିଛନ୍ତି ଶାହା । ଯେଉଁଥିପାଇଁ ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ପାଇଁ ଭଦ୍ରକ ନିର୍ବାଚନମଣ୍ଡଳୀକୁ ବାଛିଥିବା ଚର୍ଚ୍ଚା ହେଉଛି । ଏହାପୂର୍ବରୁ ଗତ ଅଗଷ୍ଟ ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ ଶାହା । ସେହି ସମୟରେ ଦଳୀୟ ନେତୃତ୍ୱଙ୍କ ସହ ଆଲୋଚନା କରି ସଙ୍ଗଠନକୁ ସୁଦୃଢ କରିବାକୁ ମନ୍ତ୍ର ଦେଇଥିଲେ ଶାହା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/5-7.jpg)