କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ପ୍ରଚାର କରି ଶେଷ ଚେଷ୍ଟା ଦେଉଛନ୍ତି ନେତା । ବିଜେପି ଦଳର ବଡ ବଡ ନେତାଙ୍କୁ ଆଣି ପ୍ରଚାର ମୈଦାନକୁ ସରଗରମ କରୁଛନ୍ତିି । ଏହି କ୍ରମରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର ପାଇଁ ଆସୁଛନ୍ତି । ଆଜି ୩ଟି ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଚାନ୍ଦବାଲି, କୋରେଇ ଏବଂ ନିମାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଡବଲ ଇଂଜିନ ସରକାର ପାଇଁ ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ ଶାହ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାରବାଟୀ ହେଲିପ୍ୟାଡ଼ରେ ପହଂଚିବା ପରେ ଅମିତ ଶାହ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ନିମାପଡା ଆସିବେ । ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜଗତସିଂହପୁର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ବିଭୁ ତରାଇ, ନିମାପଡ଼ା ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା, ବିଜେଡି ଛାଡି ବିଜେପିର ସାମିଲ ହୋଇଥିବା ସମୀର ରଞ୍ଜନ ଦାଶ, ଅନ୍ୟନେତାମାନେ ଯୋଗଦେବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶା ଗସ୍ତରେ ଆସି ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/2-1.jpeg)