ଶାହା ସଂକ୍ରମିତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା । ନମୁନା ପରୀକ୍ଷା ପରେ ପଜିଟିଭ ଚିହ୍ନଟ । ଟ୍ୱିଟ୍ କରି କହିଲେ, ସଂସ୍ପର୍ଶରେ ଆସିଥିଲେ ସଙ୍ଗରୋଧରେ ରୁହନ୍ତୁ…

1,282

କନକ ବ୍ୟୁରୋ: ଶାହାଙ୍କୁ କରୋନା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା । ନମୁନା ପରୀକ୍ଷା ପରେ ପଜିଟିଭ ଚିହ୍ନଟ । କରୋନା ନେଇ ନିଜେ ଟୁଇଟ୍ କରି ସୂଚନା ଦେଲେ ଶାହା ।

ତେବେ ଟ୍ଵିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ଧରି ତାଙ୍କ ସଂପର୍କରେ ଆସିଥିବା ଲୋକମାନେ ସଙ୍ଗରୋଧରେ ରହିବା ସହ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।

ଏହା ପୂର୍ବରୁ ଆଜି ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ର ମହାସଚିବ ଚମ୍ପକ ରାୟ କହିଥିଲେ ଯେ ଅମିତ ଶାହା ଆସନ୍ତା ୫ ତାରିଖରେ ହେବାକୁ ଥିବା ରାମ ମନ୍ଦିର ଭୂମିପୂଜନ ଉତ୍ସବରେ ଯୋଗ ଦେବେ ନାହିଁ । ସେ ପରବର୍ତ୍ତି ସମୟରେ ଅଯୋଧ୍ୟା ଗସ୍ତରେ ଆସିବେ । ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଏବେ ଶାହା କରୋନା ସଂକ୍ରମିତ ଜଣାପଡ଼ିବା ପରେ ସ୍ଥିତି ସ୍ପଷ୍ଟ ହୋଇଛି । ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଭୂମିପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।