ଔଷଧ ବଦଳରେ ବିଭିନ୍ନ ରୋଗର ଚିକିତ୍ସା କରନ୍ତୁ ଘରୋଇ ଜିନିଷରେ ! ଜାଣନ୍ତୁ ଏହି ପ୍ରୟୋଗ
ସାଧାରଣତଃ ଆମେ ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ଅନୁଭବ କଲେ ଡାକ୍ତରଙ୍କ ପାଖକୁ ନ ଯାଇ ଜାଣିଥିବା କୌଣସି ଯନ୍ତ୍ରଣା ନିବାରକ ବା ପେନ୍କିଲର୍ ସେବନ କରିବାକୁ ପସନ୍ଦ କରିଥାଉ। ତାହା ବି ପ୍ରାୟତଃ ଆଲୋପାଥି ମେଡିସନ୍। କିନ୍ତୁ ସେହି ସମୟରେ ଆମେ ଏହା ଭୁଲି ଯାଇଥାଉ ଯେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ ଅଥବା ଏହି ଔଷଧ ସେବନ ଆମ ଦେହରେ ହେଉଥିବା କଷ୍ଟ ଲାଘବ ଲାଗି ଠିକ୍ କି ନୁହେଁ। କିନ୍ତୁ ଏକଥା ଅବଶ୍ୟ ଜାଣିବା ଉଚିତ ଯେ ଏମିତି ଅନେକ ଜିନିଷ ଯାହା ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଖାଦ୍ୟ ଗ୍ରହଣ କରିଥାଉ,ଯାହା ଯନ୍ତ୍ରଣା ନିବାରକ ବା ପେନ୍କିଲର୍ ମଧ୍ୟ। ଆସନ୍ତୁ ସେଗୁଡ଼ିକ ସଂପର୍କରେ ଜାଣିବା ।
Kanak News is now on WhatsApp
Join and get latest news updates delivered to you via WhatsApp
ପୋଦିନା- ଏହା ଏଭଳି ପତ୍ର ଯାହାକୁ ଆମେ ଚଟଣି କରି ଖାଇବାକୁ ପସନ୍ଦ କରିଥାଉ ,କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ନିୟମିତଭାବେ ଏହାକୁ ଚୋବାଇ ଖାଇଲେ ପୁରୁଣା ଦିନର ଶାରୀରିକ କଷ୍ଟ ବି ଲାଘବ ହୋଇଥାଏ।
ଅଦା :-ଅଦା ଖାଇଲେ ଆଣ୍ଠୁଗଣ୍ଠି ବାତ,ଗଳାକଷ୍ଟ,ମାଂସପେଶୀ ଯନ୍ତ୍ରଣା,ଛାତି କଷ୍ଟ ଓ ଋତୁସ୍ରାବ ଜନିତ ଯନ୍ତ୍ରଣା ଦୂର ହୋଇଥାଏ।
କଫି:- ଏହା ପାନ କଲେ ଯନ୍ତ୍ରଣା ଲାଘବ ହୋଇଥାଏ। ବିଶେଷ କରି ଉଷୁମ କଫି ପିଇଲେ ଦାନ୍ତ ବିନ୍ଧାରୁ ସାଧାରଣ ଆଶ୍ୱସ୍ତି ମିଳିଥାଏ।
ଲବଙ୍ଗ:-ଏହା ଦାନ୍ତବିନ୍ଧା ଦୂର କରିବାରେ ସହାୟକ ହୋଇଥାଏ।
ଚେରି :-ଚେରିରେ ଯନ୍ତ୍ରଣା ନିବାରକ ତତ୍ତ୍ୱ ରହିଛି।
ଦହି:-ଏହା ଖାଦ୍ୟ ହଜମ କରିବା ସହିତ ପେଟ ଯନ୍ତ୍ରଣା ବି ଦୂର କରିଥାଏ।
ସୋୟା:- ଏହା ଆଣ୍ଠୁଗଣ୍ଠି ବାତ ଜନିତ ଯନ୍ତ୍ରଣା ଦୂର କରିଥାଏ।
ହଳଦୀ:- ଏହା ଦାନ୍ତ ବିନ୍ଧା ଓ ପିଠି ଯନ୍ତ୍ରଣା ଦୂର କରିବା ପାଇଁ ଅମୋଘ ଔଷଧ।
ଲୁଣ:- ଏହା ବିଭିନ୍ନ ପ୍ରକାରର ଯନ୍ତ୍ରଣାକୁ ଦୂର କରିବାରେ ସହାୟକ ହୋଇଥାଏ।
ପିପର ମିଣ୍ଟ:-ଏହା ବଦହଜମି,ମାଂସପେଶୀରେ ଯନ୍ତ୍ରଣା,ଦାନ୍ତବିନ୍ଧା ଓ ମୁଣ୍ଡବିନ୍ଧା ଭଳି ଯନ୍ତ୍ରଣାକୁ ଦୂର କରିଥାଏ।
ଲାଲ୍ ଅଙ୍ଗୁରୀ:-ଏହା ଗଣ୍ଠି ଯନ୍ତ୍ରଣା ଓ ପିଠି ଯନ୍ତ୍ରଣା ଦୂର କରିଥାଏ ।।