କନକ ବ୍ୟୁରୋ: ଆସିଲା ବଜେଟ୍ ୨୦୧୯ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟରେ ଗାଁ, ଗରୀବ, ଚାଷୀ ଓ ମହିଳାଙ୍କୁ ଫୋକସ ଦେବାସହ ମଧ୍ୟବିତ୍ତଙ୍କ ପାଇଁ ଖୁସି କରିଦେଇଛନ୍ତି କେନ୍ଦ୍ର ସରକାର । ତେବେ ଚଳିତ ବଜେଟରେ ଗୃହ ଋଣ ନେଇ ସରକାର ବଡ଼ ଘୋଷଣା କରିଛନ୍ତି । ମଧ୍ୟବିତଙ୍କ ପାଇଁ ଶସ୍ତା ଘର କିଣିଲେ ରିହାତି ମିଳିବ ବୋଲି ଘୋଷଣା କରିଛନ୍ତି । ୪୫ ଲକ୍ଷ ଯାଏଁ ଗୃହଋଣ ଉପରେ ସରକାର ଟିକସ ରିହାତି ଘୋଷଣା କରିଛନ୍ତି । ଏଥିପାଇଁ ଅତିରିକ୍ତ ଦେଢଲକ୍ଷର ରିହାତି ମିଳିବ । ଅର୍ଥାତ ୪୫ ଲକ୍ଷ ଯାଏଁ ଘର କିଣିଲେ ମୋଟ ସାଢେ ୩ ଲକ୍ଷର ଟିକସ ରିହାତି ମିଳିବ ।

Advertisment

publive-imageଅନ୍ୟପଟେ ମଧ୍ୟବିତ୍ତଙ୍କୁ ବଜେଟରେ ଆସ୍ୱସ୍ତି । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଚଳିତ ବଜେଟ୍ ୨୦୧୯ରେ ଉପସ୍ଥାପିତ କରାଯାଇଛି । ତେବେ ୫ ଲକ୍ଷରୁ ଅଧିକ ଆୟକାରୀ ନିବେଶ କରୁନଥିଲେ ସେମାନେ ଟିକସ ଦେବାକୁ ବାଧ୍ୟ ବୋଲି ବଜେଟରେ ନିଷ୍ପତି ହୋଇଛି । ସେପଟେ ଏଣିକି ୧୦ ଲକ୍ଷରୁ ଅଧିକ ଆୟକାରୀଙ୍କ ଉପରେ ଚଳିତ ବଜେଟରେ ୩୦% ଟିକସ ଲଗାଇଛନ୍ତି କେନ୍ଦ୍ର ସରକାର ।