ଲକ୍ଷଣ ନଥିଲେ ହୋମ୍ ଆଇସୋଲେସନ । ସାମାନ୍ୟ ଲକ୍ଷଣ ଥିଲେ ଘରେ ରହିପାରିବେ କରୋନା ରୋଗୀ । ସର୍ତ୍ତ ସହ ସହରାଞ୍ଚଳରେ ମିଳିବ ଏହି ସୁବିଧା

891

କନକ ବ୍ୟୁରୋ: ଘରେ ରହିପାରିବେ କରୋନା ଆକ୍ରାନ୍ତ । ସାମାନ୍ୟ ଲକ୍ଷଣ ଥିଲେ ଘରେ ରହିବାକୁ ସରକାର ନେଉଛନ୍ତି ନିଷ୍ପତ୍ତି । ଖୁବଶୀଘ୍ର ଏନେଇ ଘୋଷଣା କରିପାରନ୍ତି ସରକାର । ତେବେ ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ତେବେ ସବୁଠାରୁ ବଡ କଥା ହେଉଛି ସହରାଞ୍ଚଳରେ ଏହି ସୁବିଧା ଦିଆଯିବ । ଏଣିକି ସର୍ତମୂଳକ ଭାବେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଘରେ ରହି ଚିକିତ୍ସା ହୋଇପାରିବେ । ୧୧୪ ପୌରାଞ୍ଚଳ, ବ୍ଲକ ହେଡ କ୍ୱାଟର, ଜିଲ୍ଲା ହେଟ କ୍ୱାଟରରେ ସର୍ତ୍ତ ସହ ଘରେ ରହିବାକୁ ସରକାର ଅନୁମତି ଦେଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ପ୍ରାଥମିକ ସ୍ତରରେ ଏହା ସହରାଞ୍ଚଳରେ ହେବାକୁ ଥିବା ବେଳେ ଯେଉଁମାନଙ୍କର ଅଲଗା ଘର, ଏବଂ ଅଲଗା ଲାଟିନ୍ ରହିଥିବ ସେମାନଙ୍କୁ ଏହି ସୁବିଧା ପାଇଁ ଅନୁମତି ମିଳିବ । ତେବେ ଘରେ ରହିଥିବା ଆକ୍ରାନ୍ତଙ୍କ ସବୁ ସୁବିଧା ସରକାର ବୁଝିବେ । ପିପିଇ କିଟ୍ ଠାରୁ ଔଷଧ ଏବଂ ଖାଦ୍ୟ କଥା ବି ବୁଝିବେ ସରକାର । ହୋମ୍ ଆଇସୋଲେନରେ ରହୁଥିବା ବ୍ୟକ୍ତିଙ୍କ ଘରେ ଜଣେ ଲୋକ ସରକାରଙ୍କ ସହ ସମ୍ପର୍କରେ ରହିବେ । ଆଉ ସବୁ ସୁବିଧା ଘରେ ପହଞ୍ଚାଇବେ ବୋଲି ଆଜି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।