କନକ ବ୍ୟୁରୋ: କରୋନା ଆକ୍ରାନ୍ତ ନିଜ ଘରେ ରହି ହୋଇପାରିବେ ଚିକିତ୍ସା । ଏନେଇ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ଥାଇ କରୋନା ପଜିଟିଭ୍ ବାହାରୁଚି ସେମାନେ ଘରେ ସେଲଫ୍ ଆଇସୋଲେସନରେ ରହିପାରିବେ । ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ହାଇଡ୍ରୋକ୍ଲୋରୋକ୍ୱିନ୍ ଔଷଧ ଖାଇବାକୁ ହେବ । ତେବେ ଏଥିପାଇଁ ଘରେ ଜଣେ କେୟାରଟେକର ରହିବେ । ଯେ କି ହସ୍ପିଟାଲ ଓ ରୋଗୀ ମଧ୍ୟରେ ଯୋଗ ସୂତ୍ର ରକ୍ଷା କରିବେ । ଯେତେବେଳେ ଲକ୍ଷଣ ଅଧିକ ବଢିବ କିଂବା ରୋଗୀ ଗୁରୁତର ହେବେ ସେତେବେଳେ ଡାକ୍ତରଖାନାରେ ଭର୍ତି ହେବେ । କରୋନା ରୋଗୀଙ୍କ ଆଇସୋଲେସନ୍ ପାଇଁ ଏପରି ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର ।

Advertisment

publive-image

ହୋମ ଆଇସୋଲେସନ ପାଇଁ ଗାଇଡଲାଇନ

- ଯଦି ଡାକ୍ତର ଜଣେ ବ୍ୟକ୍ତିଙ୍କଠାରେ କରୋନାର କମ୍ ଲକ୍ଷଣ ନେଇ ପରାମର୍ଶ ଦେଇଛନ୍ତି ତେବେ ସେ ଘରେ ରହି ଚିକିତ୍ସିତ ହୋଇପାରିବେ ।

- ଘରେ ଆଇସୋଲେସନ ସୁବିଧା ରହିବା ଉଚିତ, ଏଥି ସହିତ ଘରେ ରହୁଥିବା ବାକି ଲୋକଙ୍କ ପାଇଁ ମଧ୍ୟ ଅଲଗା ରହିବାର ସୁବିଧା ରହିବା ଉଚିତ୍

- ଜଣେ ସହାୟକ ୨୪ ଘଣ୍ଟା ପାଇଁ ସାଥିରେ ରହିବା ଆବଶ୍ୟକ, ଯିଏ କି ଡାକ୍ତରକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବେ ।

- କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ନେବା ଉଚିତ୍।

- ଫୋନରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ୍ କରନ୍ତୁ ।

- ବ୍ୟକ୍ତିଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଖାନା ଏବଂ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ କ୍ରମାଗତ ଭାବରେ ସୂଚନା ଦେବାକୁ ହେବ ।

- ସେଲ୍ଫ ଆଇସୋଲେସନ ପାଇଁ ଦିଆଯାଇଥିବା ଫର୍ମକୁ ଭରିବାକୁ ପଡିବ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ସୂଚନା ଉପଲବ୍ଧ ।

publive-image

କେଉଁ ପରିସ୍ଥିତିରେ କରିବେ ଡାକ୍ତରଙ୍କ ସହ ଯୋଗାଯୋଗ?

• ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ ହେଲେ

• ଲଗାତର ଭାବେ ଛାତିରେ ଯନ୍ତ୍ରଣା ଅନୁଭବ କଲେ

• ଓଠ, ମୁହଁ ନୀଳ ଦେଖାଗଲେ

ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଯେପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଅଧିକାରୀ ଆପଣଙ୍କୁ କରୋନା ମୁକ୍ତ ଘୋଷଣା ନକରନ୍ତି ଏବଂ ଆପଣଙ୍କୁ ଆଇସୋଲେସନରୁ ବାହାରିବାକୁ ନକହିଛନ୍ତି ସେ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ପଡିବ ।