ପୁଣି ଫେରିଲା ଆଇସୋଲେସନ । ମହାରାଷ୍ଟ୍ର ସମେତ ୧୧ ରାଜ୍ୟ ଓ ଚଣ୍ଡୀଗଡରୁ ଫେରିଲେ ୭ ଦିନ ପାଇଁ ଘରୋଇ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ।

617

କନକ ବ୍ୟୁରୋ: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ୭ ଦିନ ଘରୋଇ ସଙ୍ଗରୋଧ ବାଧ୍ୟତାମୂଳକ । ମହାରାଷ୍ଟ୍ର ସମେତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଚଣ୍ଡିଗଡ଼ରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଏଭଳି କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଦେଶରେ କରୋନା ବଢ଼ୁଥିବା ବେଳେ ଏପରି ସତର୍କମୂଳକ ପଦକ୍ଷେପ ନିଆଯାଇଛି ।

ଏହି ସମୟରେ ବିମାନବନ୍ଦର ଓ ରେଳଷ୍ଟ୍ରେସନରେ ଯାଂଚ ବ୍ୟବସ୍ଥା କଡାକଡ଼ି କରାଯିବ । ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଯଦି କୌଣସି ଯାତ୍ରୀଙ୍କ ଠାରେ ଲକ୍ଷଣ ରହିଥିବ, ତେବେ ସାଙ୍ଗେ ସାଙ୍ଗେ ରାପିଡ୍ ଆଂଟିଜେନ୍ ଟେଷ୍ଟ କରାଯିବ । ପଜିଟିଭ୍ ଥିଲେ ଆରଟିପିସିଆର ଟେଷ୍ଟ ପାଇଁ ନମୂନା ପଠାଯିବ । ଏଥିରେ ପଜିଟିଭ୍ ଆସିଲେ କରୋନା ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯିବ ।

ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିାଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ, ଚଣ୍ଡିଗଡ଼, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପଂଜାବ ଓ ପଶ୍ଚିମବଙ୍ଗରୁ ଫେରୁଥିବା ଯାତ୍ରୀ ଘରୋଇ ସଙ୍ଗରୋଧରେ ରହିବାକୁ ବାଧ୍ୟ । ଏ ନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ଓ ରେଲୱେ କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।