କନକ ବ୍ୟୁରୋ: ହୋଲିରେ ରକ୍ତର ଛିଟା । ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ । ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିରେ ଘରେ ପଶି ସଂଘବଦ୍ଧ ଆକ୍ରମଣ କଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

Advertisment

ତିଗିରିଆ ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ମୃତକ ଜଣଙ୍କ ହେଲେ ନୂଆପାଟଣା ଗାଁର ଚିନ୍ତାମଣି ବେହେରା । ଗୁରୁତର ଭାବେ ଆହତ ହୋଇଥିବା ମା’ ଝିଅଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।