ଭୁଲାପଣର ଶିକାର ହେଉଛନ୍ତି କି ? ଚିନ୍ତା କରନ୍ତୁ ନାହିଁ ଘରୋଇ ଚିକିତ୍ସା ମାଧ୍ୟମରେ ସ୍ମରଣ ଶକ୍ତିକୁ ବଢାନ୍ତୁ ।

ଭୁଲାପଣର ଶିକାର ହେଉଛନ୍ତି କି ? ଚିନ୍ତା କରନ୍ତୁ ନାହିଁ ଘରୋଇ ଚିକିତ୍ସା ମାଧ୍ୟମରେ ସ୍ମରଣ ଶକ୍ତିକୁ ବଢାନ୍ତୁ ।

image courtesy - GrazeMe

ବେଳେବେଳେ ଆମେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଭୁଲିଯାଉ। ଯଦି ବାରମ୍ବାର ଏଭଳି ଘଟୁଛି ତେବେ ସ୍ମରଣ ଶକ୍ତି ବୃଦ୍ଧି ଲାଗି ଏସବୁ ଖାଆନ୍ତୁ। ଆୟୁର୍ବେଦରେ ନିମ୍ନୋକ୍ତ ଦ୍ରବ୍ୟର ଔଷଧୀୟ ଗୁଣ ସଂପର୍କରେ ବର୍ଣ୍ଣନା କରାଯାଇଛି। ପ୍ରାକୃତିକ ଜଡିବୁଟି ଆମର ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ । ଆପଣ ଏହି ଜଡିବୁଟିକୁ ନିଜ ରୁଟିନ୍ ରେ ସାମିଲ କଲେ ଅନେକ ଲାଭ ପାଇବେ।publive-imageଜଟାମାଂସୀ: ନିଜର ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ଏହା ସହାୟକ ହୋଇଥାଏ। ଏହା ବହୁତ ପ୍ରଭାବଶାଳୀ । ଏହାକୁ ଗୁଣ୍ଡ କରି ଏକ ଚାମଚ ନେଇପାରିବେ । ନହେଲେ ଏକ କପ୍ କ୍ଷୀର ସହିତ ମିଶାଇ ପିଇପାରିବେ।
ବ୍ରାହ୍ମୀ: ଏହା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହା ଖାଇବା ଦ୍ୱାରା ଶାନ୍ତି ମିଳିଥାଏ । ଏହା ଛୋଟ ପିଲାମାନଙ୍କ ପାଇଁ ଲାଭକାରୀ ହୋଇଥାଏ। ଅଧା ଚାମଚ ବ୍ରାହ୍ମୀ ପାଉଡର ଏବଂ ମହୁକୁ ଗରମ ପାଣିରେ ମିଶାଇ ଖାଇଲେ ଲାଭ ମିଳିଥାଏ।publive-imageଡାଳଚିନି: ଏହାକୁ ଆମେ ମସଲା ଭାବରେ ବ୍ୟବହାର କରିଥାଉ। ଏହା ମଧ୍ୟ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ଡାଳଚିନି ପାଉଡର ସହିତ ମହୁ ମିଶାଇ ଖାଇବା ଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ।
ହଳଦୀ: ଏହା ତ ସମସ୍ତଙ୍କ ଘରେ ବ୍ୟବହୃତ ହୁଏ। କାଲିଫର୍ଣ୍ଣିଆ ୟୁନିଭରସିଟିରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ହଳଦୀରେ ଥିବା ରାସାୟନିକ ତତ୍ତ୍ୱ କୁରକୁମୀନ ମସ୍ତିଷ୍କରେ ନଷ୍ଟ ହୋଇଯାଇଥିବା କୋଶିକାଗୁଡିକୁ ଆଉ ଥରେ ଗଢିବାରେ ସାହାଯ୍ୟରିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ଏଲ୍ଜାଇମର ରୋଗ ହୋଇନଥାଏ। ସେଥିପାଇଁ ହଳଦୀକୁ ଗରମ କ୍ଷୀରରେ ମିଶାଇ ପିଇଲେ ଭଲ ଲାଭ ମିଳିଥାଏ।publive-imageଜୁଆଣି: ଖାଦ୍ୟ ହଜମ ପାଇଁ ଆମେ ଜୁଆଣି ଖାଇଥାଉ। ଏହା ମଧ୍ୟ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ବିଶେଷଜ୍ଞଙ୍କ ଅନୁସାରେ ଜୁଆଣି ପତ୍ରରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ।
ଗୋଲମରିଚ: ଏଥିରେ ଥିବା ପେପରିନ ନାମକ ରାସାୟନିକ ପଦାର୍ଥ ମସ୍ତିଷ୍କ ଥିବା କୋଶିକାଗୁଡିକୁ ଆରାମ ଦେଇଥାଏ। ଡିପ୍ରେସନ ମଧ୍ୟ ଦୂର କରିଥାଏ। ତୁଳସୀ ମଧ୍ୟ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। କ୍ଷୀର କିମ୍ବା ଅନ୍ୟ ଖାଦ୍ୟ ପଦାର୍ଥରେ ଟିକିଏ କେଶର ମିଶାଇ ଖାଇବା ଦ୍ୱାରା ଅନିଦ୍ରା ଏବଂ ଡିପ୍ରେସନ ଭଳି ସମସ୍ୟା ଦୂର ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe