କନକ ବ୍ୟୁରୋ: ହୋମାଗାର୍ଡଙ୍କ ସଚ୍ଚୋଟପଣିଆକୁ ସମସ୍ତେ ବାହାବା କରୁଛନ୍ତି । କାରଣ ସେ ଫେରାଇଦେଇଛନ୍ତି ପାଇଥିବା ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨୦ ଲକ୍ଷ ଟଙ୍କାର ସୁନା ଥିବା ବ୍ୟାଗ୍ ।ଏହାସହ ନିଜ ମହାନତା ଦେଖାଇ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ଏପରି ଘଟଣା ଘଟିଛି ଆଜମେର୍ ରେଲୱେ ଷ୍ଟେସନରେ ।
ରେଲୱେ ପୋଲିସର ସୂଚନା ଅନୁଯାୟୀ, ରମେଶ ଚାନ୍ଦ୍ ନାମକ ଜଣେ ଯାତ୍ରୀ ତାଙ୍କ ପରିବାର ସହ ରାତି ପ୍ରାୟ ୯ଟା ୩୦ରେ ମୈସୁର-ଅଜମେର ଏକ୍ସପ୍ରେସ୍ର ଯିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ । ତାଙ୍କ ନିକଟରେ ଏକ ସୁଟକେସ୍ ଥିଲା । ଯେଉଁଥିରେ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା । ହେଲେ ପ୍ରାୟ ୨ ଘଣ୍ଟା ପରେ ରମେଶ ଚାନ୍ଦ୍ ଜାଣିବାକୁ ପାଇଲେ ଯେ ତାଙ୍କ ଅଳଙ୍କାର ଥିବା ଏକ ସୁଟକେସ୍ ନିଖୋଜ ହୋଇଯାଇଛି । ଏହାପରେ ରମେଶ ଚାନ୍ଦଙ୍କ ହୋସ୍ ଉଡିଯାଇଥବଲା ।
ନିଖୋଜ ସୁଟକେସ୍ ଖୋଜିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ । ହେଲେ ତାଙ୍କୁ ମିଳିନଥିଲା । ଶେଷରେ ସେ ବାଧ୍ୟହୋଇ ଏ ବାବଦରେ ବେଙ୍ଗାଳୁରୁ ରେଲୱେ ପୋଲିସକୁ ଜଣାଇଥିଲେ । ଏହି ଅଭିଯୋଗକୁ ଆଧାର କରି ତନାଘନା ଆରମ୍ଭ କରିଥିଲା ରେଲୱେ ପୋଲିସ । ଅନେକ ଚେଷଟା ପରେ ର୍କେୁଠି ବି ମିଳିନଥିଲା । ହେଲେ ଗୁରୁରାଜ ନାମକ ଜଣେ ହୋମଗାର୍ଡ ଷ୍ଟେସନରେ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଥିବା ସୁଟକେସ୍ ପାଇ ପୋଲିସର ଜିମା ଦେଇଥିଲେ । ଗୁରୁରାଜଙ୍କ ଏପରି କାମକୁ ପୁରା ରେଲୱେ ପୋଲିସ ବିଭାଗ ପ୍ରଶଂସା କରିଥିଲା । ଗୁରୁରାଜଙ୍କ ଏପରି ସଚ୍ଚୋଟ କାମ ତାଙ୍କ ଆଜି ସମସ୍ତଙ୍କ ପାଇଁ ଏକ ଉଦାହରଣ ସଜାଇଦେଇଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।