କନକ ବ୍ୟୁରୋ : ସଟଡାଉନ୍ ବେଳେ ଚିଲିକା ଫ୍ରେସ୍ ମାଧ୍ୟମରେ ମାଛ, ଓପୋଲଫେଡ୍ ମାଧ୍ୟମରେ କୁକୁଡ଼ା ମାଂସ ଓ ଅଣ୍ଡା ଏବଂ ଓମ୍ଫେଡ୍ ମାଧ୍ୟମରେ ଦୁଗ୍ଧଜାତ ସାମଗ୍ରୀ ସହରବାସୀଙ୍କୁ ଯୋଗାଇ ଦିଆଯିବ । ଏନେଇ ବିଏମ୍ସି ପକ୍ଷରୁ ନମ୍ବର ଜାରି କରାଯାଇଛି । ମାଛ, ମାଂସ ଓ ଅଣ୍ଡା ଲାଗି ଗ୍ରାହକମାନେ ସକାଳ ୭ଟାରୁ ୯ଟା ଓ ଅପରାହ୍ନ ୧ଟାରୁ ୩ଟା ମଧ୍ୟରେ ବୁକିଂ କରିପାରିବେ ଏବଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ଣ ୪ଟାରୁ ୬ଟା ମଧ୍ୟରେ ସାମଗ୍ରୀ ପହଞ୍ଚିବ । ସର୍ବନିମ୍ନ ୯ ଟଙ୍କାର ବୁକିଂ କରିବାକୁ ହେବ । ଏଥିସହ ପରିବହନ ବାବଦରେ ୫୦ ଟଙ୍କା ଦେବାକୁ ପଡ଼ିବ ।
Home Delivery services available for Omfed, Opolfed, Chilika Fresh in Bhubaneswar.
Reach out to the below numbers to get items at your doorsteps during weekend shutdown, no need to go out.#StaySafeStayHealthypic.twitter.com/ekaeoEzm23
— BMC (@bmcbbsr) April 23, 2021
ଚିଲିକା ଫ୍ରେସ୍ର ଶିରିପୁର (୯୦୪୦୧୪୪୦୬୫), ସିଆରପି ଛକ (୯୮୬୧୫୧୧୧୯୮), ସହିଦନଗର (୮୨୪୯୫୯୯୭୩୩) ଓ ଓପୋଲଫେଡ୍ର ସହିଦନଗର (୮୪୮୦୨୨୬୦୮୬/ ୭୮୭୩୫୫୮୮୩୩), ଆଇଆରସି ଭିଲେଜ୍ (୯୪୩୯୩୪୯୫୨୧/ ୯୯୩୮୫୧୩୮୨୯), ଓୟୁଏଟି କ୍ୟାମ୍ପସ (୭୮୭୩୦୦୯୬୧୯/ ୯୪୩୮୫୮୪୪୪୬) ଓ ଚନ୍ଦ୍ରଶେଖପୁର (୯୫୮୩୨୩୬୨୨୯/ ୮୦୯୩୬୨୪୨୭୪) ଶାଖା ଗ୍ରାହକଙ୍କୁ ସେବା ଯୋଗାଇବେ। ସେହିପରି ଦୁଗ୍ଧଯାତ ସାମଗ୍ରୀ ମଧ୍ୟ ଘରେ ପହଞ୍ଚାଇବା ପାଇଁ ଓମ୍ଫେଡ୍ ପକ୍ଷରୁ (୯୪୩୭୧୩୧୯୪୯/ ୯୪୩୯୭୧୮୧୫୧/ ୭୦୦୮୨୬୭୨୭୬/ ୯୪୩୯୯୨୩୬୮୯) ସେବା ଯୋଗାଇ ଦିଆଯିବ। ସକାଳ ୬ଟାରୁ ସନ୍ଧ୍ୟା ୪ଟା ମଧ୍ୟରେ ଗ୍ରାହକମାନେ ସର୍ବନିମ୍ନ ୧୦୦ ଟଙ୍କାର ବୁକିଂ କରିପାରିବେ । ପରିବହନ ବାବଦରେ ଅତିରିକ୍ତ ୩୦ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଛି ।