ଘରେ ପହଂଚିବ ମଦ : ତାଲା ବନ୍ଦ ସମୟରେ ମଦର ଅନ୍‌ଲାଇନ ଡେଲିଭରୀକୁ ଅନମତି ଦେଲେ ରାଜ୍ୟ ସରକାର

Advertisment
ଘରେ ପହଂଚିବ ମଦ : ତାଲା ବନ୍ଦ ସମୟରେ ମଦର ଅନ୍‌ଲାଇନ ଡେଲିଭରୀକୁ ଅନମତି ଦେଲେ ରାଜ୍ୟ ସରକାର

କନକ ବ୍ୟୁରୋ : ଘରେ ପହଂଚିବ ମଦ । ତାଲା ବନ୍ଦ ସମୟରେ ମଦର ଅନ୍‌ଲାଇନରେ ଡେଲିଭରୀକୁ ଅନମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଜିଲ୍ଲା ସ୍ତରରେ ସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ଏନେଇ ନିଷ୍ପତ୍ତି ନେଇପାରିବେ । ତାଲାବନ୍ଦ ପୂର୍ବରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ଦୋକାନ ଗୁଡ଼ିକ ସାମ୍ନାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଆଉ ସେହି ସମୟରେ କିଛି ଲୋକ ମଦର ଅନ୍‌ଲାଇନରେ ଡେଲିଭରୀ ପାଇଁ ମଧ୍ୟ ଦାବି ଉଠାଇଥିଲେ ।

ଗତବର୍ଷ ଲକଡାଉନ ସମୟରେ ବି ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଥିଲେ । ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ଏହି ଦାୟିତ୍ୱ ନେଇଥିଲା । ସ୍ୱିଗି, ଜୋମାଟୋ ସମେତ ୭ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଓ ମଦ ବ୍ୟବସାୟୀ ମଧ୍ୟ ନିଜ ନିଜ କର୍ମଚାରୀଙ୍କ ଦ୍ବାରା ଗ୍ରାହକଙ୍କ ଚାହିଦା ଅନୁଯାୟୀ ମଦ ଯୋଗାଇଦେଇଥିଲେ । ତେବେ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା। ତାହାକୁ ନଜରରେ ରଖି ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଏହିଭଳି ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe