କନକ ବ୍ୟୁରୋ : ଘରେ ପହଂଚିବ ମଦ । ତାଲା ବନ୍ଦ ସମୟରେ ମଦର ଅନ୍ଲାଇନରେ ଡେଲିଭରୀକୁ ଅନମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଜିଲ୍ଲା ସ୍ତରରେ ସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ଏନେଇ ନିଷ୍ପତ୍ତି ନେଇପାରିବେ । ତାଲାବନ୍ଦ ପୂର୍ବରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ଦୋକାନ ଗୁଡ଼ିକ ସାମ୍ନାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଆଉ ସେହି ସମୟରେ କିଛି ଲୋକ ମଦର ଅନ୍ଲାଇନରେ ଡେଲିଭରୀ ପାଇଁ ମଧ୍ୟ ଦାବି ଉଠାଇଥିଲେ ।
ଗତବର୍ଷ ଲକଡାଉନ ସମୟରେ ବି ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଥିଲେ । ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ଏହି ଦାୟିତ୍ୱ ନେଇଥିଲା । ସ୍ୱିଗି, ଜୋମାଟୋ ସମେତ ୭ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଓ ମଦ ବ୍ୟବସାୟୀ ମଧ୍ୟ ନିଜ ନିଜ କର୍ମଚାରୀଙ୍କ ଦ୍ବାରା ଗ୍ରାହକଙ୍କ ଚାହିଦା ଅନୁଯାୟୀ ମଦ ଯୋଗାଇଦେଇଥିଲେ । ତେବେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା। ତାହାକୁ ନଜରରେ ରଖି ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଏହିଭଳି ପରାମର୍ଶ ଦେଇଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/14-750x430-1.jpg)