କନକ ବ୍ୟୁରୋ: ଓଡ଼ିଶାର ସୀତାକୁଣ୍ଡରୁ ଅଯୋଧ୍ୟାକୁ ଗଲା ପାଣି । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ମାଲକାନଗିରି ବଣ୍ଡାଘାଟିରେ ଥିବା ସୀତାକୁଣ୍ଡରୁ ପାଣି ଉଠାଇଲେ ରାଜ୍ୟପାଳ ପ୍ରଫେସର୍ ଗଣେଣୀଲାଲ । ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଗସ୍ତରେ ଆସିଥିବା ରାଜ୍ୟପାଳ ସୀତାକୁଣ୍ଡରୁ ପାଣି ଉଠାଇ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା କରିଛନ୍ତି । କଡ଼ା ସୁରକ୍ଷା ଭିତରେ ରାଜ୍ୟପାଳ ବଣ୍ଡାଘାଟିରେ ହେଲିକପ୍ଟର ଯୋଗେ ପହଂଚିଥିଲେ ।

Advertisment

ପରେ ସେ ମୁଦୁଲିପଡ଼ା ସ୍ଥିତ ସୀତାକୁଣ୍ଡରୁ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପାଣି ଉଠାଇଥିଲେ । ଏହା ପରେ ରାଜ୍ୟପାଳ ରାଷ୍ଟ୍ରୀୟ କବି ସଂଘ ତରଫରୁ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ବଣ୍ଡା ହେଉଛନ୍ତି ଆଦିମ ଜନଜାତି । ସେମାନଙ୍କ ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର ବୋଲି ରାଜ୍ୟପାଳ କହିଛନ୍ତି ।