ଅଯୋଧ୍ୟା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା । ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋମ ଯଜ୍ଞ । ଲଣ୍ଡନରେ ଜୟଶ୍ରୀରାମ ନାରା ।

109

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନର ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜକୁ ଶୁଦ୍ଧ ରଖିବା ପାଇଁ ଏହି ବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ବେଶ କଠୋର ନିୟମ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ । ବ୍ରତ ପାଳନ ସହ ଦେଶର ବିଭିନ୍ନ ମନ୍ଦିର ଗସ୍ତ କରୁଛନ୍ତି । ସବୁଠୁ ଖୁସିର କଥା ହେଉଛି ବିଦେଶରେ ମଧ୍ୟ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହେଉଛି ରାଲି । ଲଣ୍ଡନରେ ଶୁଭୁଛି ଜୟଶ୍ରୀରାମ ଧ୍ୱନୀ ।

ନୟାଗଡ଼ ଭାପୁର ବ୍ଲକ ଫତେଗଡ଼ ଗାଁ ନିକଟ ଶ୍ରୀରାମ ପାହାଡ଼ ଶିଖରରେ ପ୍ରତିଷ୍ଠା ହେବ ଶ୍ରୀମରାଙ୍କ ମନ୍ଦିର । ଆସନ୍ତାକାଲି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ଓ ନୂତନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ପାହାଡ ଶିଖରରେ ପ୍ରାୟ ୧୬ ଶହ ଫୁଟ ଉଚ୍ଚରେ ଶ୍ରୀମରାଙ୍କ ମନ୍ଦିର ନିର୍ମାର କରାଯାଇଛି । ମନ୍ଦିର ବେଢାରେ ଯଜ୍ଞସ୍ଥଳ ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ ପଣ୍ଡିତମାନେ ବେଦପାଠ ଆରମ୍ଭ କରିଛନ୍ତି ।

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ଓଡିଶାରେ ଉତ୍ସବର ମାହୋଲ । ପାରାଦୀପରେ ବି ହେବ ନବନିର୍ମିତ ରାମ ମନ୍ଦିରର ପ୍ରତିଷ୍ଠା । କଳସ ଶୋଭାଯାତ୍ରା ଓ ନାମଯଜ୍ଞ ସହ ଭାବମୟ ପରିବେଶ । ୧୨ ବର୍ଷ ପୂର୍ବରୁ ଏହି ମନ୍ଦିରର ଶିଳାନ୍ୟାସ ହୋଇଥିବା ବେଳେ ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ହିଁ ଏହି ମନ୍ଦିରର ପ୍ରତିଷ୍ଠା କରାଯିବ ଏହା ପୂର୍ବରୁ କଳସ ଯାତ୍ରା ସହ ନାମଯଜ୍ଞ ଚାଲିଥିବା ଦେଖିବାକୁ ମିଳିଛି ।ସେହିପରି ଶ୍ରୀରାମଙ୍କ ପାଇଁ ବିଭିନ୍ନ କଳାକୃତି କରି ଅନେକ ରେକର୍ଡ ହାସଲ କରିଛନ୍ତି ବ୍ରହ୍ମପୁର ସହରର ବାଲୁକାଶିଳ୍ପୀ ସତ୍ୟ ମହାରଣା । ଏବେ ବିଶ୍ୱର ସବୁଠୁ ସୂକ୍ଷ୍ମ ରାମମନ୍ଦିର ଓ ରାମଲାଲାଙ୍କ ପ୍ରତିମୂର୍ତ୍ତିର୍ି ପ୍ରସ୍ତୁତ କରିଛନ୍ତି । ମାତ୍ର ଦୁଇ ଦିନରେ କାଠ, ପଥର ଓ ଚକ୍ ଖଡିରେ ବିଶ୍ୱର ସବୁଠୁ ସୂକ୍ଷ୍ମ ରାମମନ୍ଦିର ଓ ଶ୍ରୀରାମଙ୍କ ପ୍ରତିମୂର୍ତି ପ୍ରସ୍ତୁତ କରି ସେ ଏବେ ଚର୍ଚ୍ଚାରେ । କାଠରେ ପ୍ରସ୍ତୁତ ଦୁଇଟି ମନ୍ଦିରରୁ ଗୋଟିକର ଉଚ୍ଚତା ୨ ସେଂଟିମିଟର ଓ ଓସାର ୧ ସେଣ୍ଟିମିଟର ହୋଇଥିବା ବେଳେ ଅନ୍ୟଟିର ଉଚ୍ଚତା ୪ ଦଶିମକ ୫ ସେଣ୍ଟିମିଟର ଏବଂ ଓସାର ୯ ସେଣ୍ଟିମିଟର ରହିଛି । ସେହିପରି କାଠରେ ୪ ସେଣ୍ଟିମିଟର ଉଚ୍ଚତା ଓ ୧ ଦଶମିକ ୮ ସେଣ୍ଟିମିଟର ଓସାର ବିଶିଷ୍ଟ ରାମଲାଲାଙ୍କ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ସତ୍ୟ ।