ପରଦାକୁ ଫେରିଲେ ଜେମ୍ସ ବଣ୍ଡ: ଗୁରୁବାର ଭାରତରେ ରିଲିଜ୍ ହେବ ହଲିଉଡ୍ ଫିଲ୍ମ ‘ନୋ ଟାଇମ୍ ଟୁ ଡାଏ’

114

କନକ ବ୍ୟୁରୋ: ଗୁରୁବାର ବଡ ପରଦାକୁ ଆସିବାକୁ ଯାଉଛି ଜେମ୍ସ ବଣ୍ଡ ସିରିଜର ବହୁ ପ୍ରତିକ୍ଷିତ ଫିଲ୍ମ ନୋ ଟାଇମ ଟୁ ଡାଏ । ତେବେ ଲଣ୍ଡନ ଆର୍ଲବର୍ଟ ସିନେମା ହଲରେ ଏହାର ପ୍ରିମିୟର ଅନୁଷ୍ଠିତ ହୋଇ ସାରିଛି । ଏହି ଫିଲ୍ମ ରେ ଜେମସ ବଣ୍ଡଙ୍କ ଭୁମିକାରେ ଡାନିଆଲ କ୍ରାଗ୍ ନଜର ଆସିବେ । ଫିଲ୍ମରେ ଡାନିଏଲ ପୁଣିଥରେ ନିଜର ଜବରଦସ୍ତ ଆକ୍ସନ ଅବତାରରେ ନଜର ଆସିଛନ୍ତି । ତେବେ ପ୍ରିମିୟର ଶୋ’ରେ ମନ ଜିଣି ନେଇଛି । ଫିଲ୍ମକୁ କ୍ରିଟିକ୍ ୫ ଷ୍ଟାର ରେଟିଂ ଦେଇଛନ୍ତି ।