କନକ ବ୍ୟୁରୋ : ଏଥର ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଛି ହଲିଉଡ୍ ଫିଲ୍ମ ଜୁରାସିକ୍ ୱର୍ଲ୍ଡ - ଫଲନ କିଙ୍ଗଡମ୍ । ୨୫ ବର୍ଷ ପରେ ବି ପ୍ରଶଂସକ ମହଲରେ ଲାଗିରିହିଛି ଡାଇନୋସର୍ ନେଇ ଉକ୍ରଣ୍ଠା । ତେବେ ଫିଲ୍ମଟିର ପ୍ରଥମ ଭାଗ ୨୦୧୫ ମସିହାରେ ପରଦାକୁ ଆସିଥିଲା । ଏବେ ଏହାର ଦ୍ୱିତୀୟ ଭାଗ ମୁକ୍ତିଲାଭ କରିଛି । ପ୍ରଥମ ଭାଗରେ ଜୁରାସିକ୍ ୱାର୍ଲ୍ଡ ଡାଏନୋସର୍ ପାର୍କକୁ ବନ୍ଦ କରିଦିଆ ଯାଇଥିବାବେଳେ, ଏଥର ସେଠାରୁ ଡାଏନସରଙ୍କୁ ସ୍ଥାନନ୍ତର କରାଯାଉଛି ।
ଏହାଭିତରେ ଏକ ନୂଆ ପ୍ରଜାତୀର ଡାଏନସର୍ ପ୍ରସ୍ତୁତ କରିବା ପାଇଁ କିଛି ବଦମାସ୍ ସାଇଣ୍ଟିଷ୍ଟ ଯୋଜନା କରନ୍ତି । ଯେଉଁମାନଙ୍କୁ ଯୁଦ୍ଧରେ ଉପଯୋଗ କରାଯିବ । ଏହି ଆଡଭେନଚର୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜେ. ଏ ବୋୟନା । ଫିଲ୍ମରେ କ୍ରିସ୍ ପାର୍ଟ, ବ୍ରାଇସ୍ ଡଲାସଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି । ଜୁରାସିକ୍ ୱାର୍ଲ୍ଡ ଫଲେନ୍ କିଙ୍ଗଡମରେ ଡାଇନୋସର ଆତଙ୍କର ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/JURASSIK.jpg)
/kanak/media/post_attachments/wp-content/uploads/2018/06/jurasic-300x169.jpg)