ଆଉ ନାହାଁନ୍ତି ‘ହ୍ୟାରୀ ପୋଟର’ର ହାଗ୍ରିଡ୍ । ୭୨ ବର୍ଷରେ ଅଭିନେତାଙ୍କ ପରଲୋକ

ଆଉ ନାହାଁନ୍ତି ‘ହ୍ୟାରୀ ପୋଟର’ର ହାଗ୍ରିଡ୍ ।  ୭୨ ବର୍ଷରେ ଅଭିନେତାଙ୍କ ପରଲୋକ

କନକ ବ୍ୟୁରୋ: ହଲିଉଡ୍‌ର ଫିଲ୍ମ ସିରିଜ୍ ‘ହ୍ୟାରି ପୋଟର୍’ରେ ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ଅଭିନେତା ରୋବି କୋଲଟ୍ରେନଙ୍କର ପରଲୋକ ହୋଇଛି। ୭୨ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଗତ କିଛି ଦିନ ହେବ ସ୍ଵାସ୍ଥ୍ୟସମସ୍ୟା ଥିବାରୁ ଅସୁସ୍ଥ ଥିଲେ । ଯେଉଁଥିପାଇଁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

‘ହ୍ୟାରି ପୋଟର୍’ ବ୍ୟତୀତ ସେ ଆଇଟିଭିର ଗୁପ୍ତଚର ଡ୍ରାମା ‘କ୍ରାକର’ ଏବଂ ଜେମ୍ସ ବଣ୍ଡ ଫିଲ୍ମ ‘ଗୋଲଡେନ୍‌ଆଇ’ ଏବଂ ‘ଦି ୱାର୍ଲ୍ଡ ଇଜ୍ ନଟ୍ ଇନଫ୍’ ରେ ମଧ୍ୟ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe