ପତ୍ନୀଙ୍କ ବିରୁଦ୍ଧରେ ଲୋକପ୍ରିୟ ହଲିଉଡ୍ ଅଭିନେତା ଆଣିଲେ ଅଭିଯୋଗ ! କହିଲେ , ମଦ ପିଇ ପିଟୁଥିଲେ ପତ୍ନୀ ।

873

ହଲିଉଡ୍ ଅଭିନେତା ଜାନି ଡେପ୍ପ୍ ନିଜ ଛାଡପତ୍ରକୁ ନେଇ ଖୁବ୍ ଚର୍ଚ୍ଚିତ ଥିବା ବେଳେ ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ କୋର୍ଟରେ କାନ୍ଦି କାନ୍ଦି ନିଜ ଉପରେ ହୋଇଥିବା ଅତ୍ୟାଚାରକୁ ସମସ୍ତଙ୍କୁ କହିଥି ଲେ । କିଭଳି ଭାବରେ ତାଙ୍କ ପତ୍ନୀ ମଦନିଶାରେ ଚୁର୍ ରହି ତାଙ୍କୁ ପିଟୁଥିଲେ ଏବଂ ବେଳେବେଳେ ଉତ୍ୟକ୍ତ ହୋଇ ଅଧିକ ପିଟୁଥିଲେ ଏନେଇ ସେ ଅଦାଲତକୁ କହିଥିଲେ । “ପାଇରେଟସ୍ ଅଫ୍ ଦ କେରେବିୟନ୍” ଫିଲ୍ମର ପ୍ରସିଦ୍ଧ ଚରିତ୍ର ‘ଜାକ୍ ସ୍ପାରୋ’ ନାମରେ କୁଖ୍ୟାତ ଡାକୁର ଭୂମିକା ନିଭାଇ ସେ ଖୁବ୍ ଲୋକପ୍ରିୟତା ସାଉଁଟିଥିଲେ । ସେ ହଲିଉଡ୍ ର ସବୁଠାରୁ ମହଙ୍ଗା କଳାକାରଙ୍କ ମଧ୍ୟରେ ଜଣେ । କିନ୍ତୁ ସେ ଏବେ ନିଜ ଛାଡପତ୍ର କେସ୍ କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ଜାନି ଡେପ୍ପ୍ ପତ୍ନୀ ଏମ୍ବର ହର୍ଡଙ୍କ ଠାରୁ ଛାଡପତ୍ର ନେଇସାରିଛନ୍ତି ଏବଂ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଏବେ ୫୦ ମିଲିୟନ୍ ଡଲାର (୩୪୮ କୋଟି) ଟଙ୍କାକୁ ନେଇ ଲଢେଇ ଚାଲିଛି । ଜାନି ଡେପ୍ପ୍ ନିଜ ପୂର୍ବ ପତ୍ନୀଙ୍କୁ ମାନହାନି ମୋକଦ୍ଦମା କରି ଏହି ଟଙ୍କା ଦେବା ପାଇଁ କହିଛନ୍ତି । ୨୦୧୬ ରେ ଏହି ସେ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଥିଲେ । ଜାନିଙ୍କ ପତ୍ନୀ ତାଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେ ୧୮ ମାସର ବୈବାହିକ ସଂପର୍କ ଭିତରେ ସ୍ୱାମୀ ତାଙ୍କୁ ସବୁବେଳେ ନିର୍ଯାତନା ଦେଉଛନ୍ତି । କିନ୍ତୁ ଏବେ ଜାନି ଡେପ୍ପ୍ ନୂଆ ଦସ୍ତାବିଜ୍ ଅଦାଲତକୁ ଦେଇ କହିଛନ୍ତି ଯେ ଏମ୍ବର ହର୍ଡ ସବୁବେଳେ ମଦନିଶାରେ ଚୁର୍ ରହୁଥିଲେ ଏବଂ ପିଟୁଥିଲେ । ବେଳେବେଳେ ଅବସ୍ଥା ଏତେ ଗମ୍ଭୀର ହୋଇଯାଉଥିଲା ଯେ ତାଙ୍କୁ ଡାକ୍ତରଖାନା ମଧ୍ୟ ଯିବାକୁ ପଡୁଥିଲା । ଜାନି ଅଦାଲତଙ୍କୁ କାନ୍ଦି କାନ୍ଦି କହିଥିଲେ ଯେ ତାଙ୍କ ପତ୍ନୀ ଅତ୍ୟଧିକ ମଦ ପିଇବା କାରଣରୁ ବେଡ୍ ରେ ହିଁ ଶୌଚ କରୁଥିଲେ । ଯାହାଫଳରେ ସେ ତାଙ୍କୁ ଛାଡପତ୍ର ଦେବା ପାଇଁ ବାଧ୍ୟ ହୋଇଥିଲେ ।