ସିନେମା ସୁଟିଂ ବେଳେ ଫୁଟିଲା ଗୁଳି । କ୍ୟାମେରା ମ୍ୟାନ ମୃତ, ନିର୍ଦ୍ଦେଶକ ଗୁରୁତର

334

କନକ ବ୍ୟୁରୋ : ଆପଣ ସିନେମାରେ ଅନେକ ସମୟରେ ଦେଖିଥିବେ କି କେହି ଜଣେ ଭୁଲରେ ଗୁଳି ଚଳାଇବା ଫଳରେ କାହାର ଜୀବନ ଯାଉଛି । ମାତ୍ର ଏବେ ଗୋଟିଏ ଫିଲ୍ମ ସିୁଟିଂ ବେଳେ ବାସ୍ତବରେ ଏଭଳି ଦୁର୍ଘଟଣା ଘଟିଛି । ଯେଉଁ ଦୁର୍ଘଟଣାରେ ସିନେମାର କ୍ୟାମେରା ମ୍ୟାନଙ୍କ ମୃତ୍ୟୁ ହୋଇଥିବା ବେଳେ ନିର୍ଦ୍ଦେଶକ ଗୁରୁତର ହୋଇଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ସିନେ ତାରକା ଏଲେକ୍ ବାଲଡୱିନ୍ ଏକ ସିନେମା ସୁଟିଂ ବେଳେ ନିଜର କ୍ରୁ ମେମ୍ବରଙ୍କ ଜୀବନ ନେଇ ଯାଇଛନ୍ତି । କେବଳ ସେତିକି ନୁହେଁ ଏହି ଦୁର୍ଘଟଣାରେ ସିନେମାର ନିର୍ଦ୍ଦେଶକ ବି ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ସୂଚନା  ମୁତାବକ ଅଭିନେତା ଏଲେକ ବାଲଡୱିନ ନିଜର ଆଗାମୀ ଫିଲ୍ମ ‘ରଷ୍ଟ’ ର ସୁଟିଂ କରୁଥିବା ବେଳେ ଭୂଲରେ ଅସଲି ବନ୍ଧୁକର ଟିଗର ଦବାଇ ଦେଇଥିଲେ । ଫଳରେ ଗୋଟିଏ ଗୁଳି କ୍ୟାମେରା ମ୍ୟାନଙ୍କ ଦେହରେ ଓ ଅନ୍ୟ ଏକ ଗୁଳି ସିନେମାର ନିର୍ଦ୍ଦେଶକଙ୍କ ଦେହରେ ବାଜିଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ କ୍ୟାମେରା ମ୍ୟାନଙ୍କ ମୃତ୍ୟୁ ହୋଇଥିବା ବେଳେ ନିର୍ଦ୍ଦେଶକ ଜଣଙ୍କ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଫିଲ୍ମ ‘ରଷ୍ଟ’ର ସୁଟିଂ ନ୍ୟୁ ମେକସିକୋ ଠାରେ ହେଉଥିଲା । ଗୁରୁବାର ଦିନ ସୁଟିଂ ସେଟରେ ଏକ ସିନରେ ଅଭିନେତା ଏଲେକ ବାଲଡୱିନ ଗୁଳିମାରିବାର ଦୃଶ୍ୟ ସୁଟିଂ କରିବାର ଥିଲା । ହେଲେ ଅଭିନେତା ଯେଉଁ ବନ୍ଧୁକ ହାତରେ ଧରିଥିଲେ ତାହା ଅସଲି ବନ୍ଧୁକ ବୋଲି ସେ ଭୁଲିଯାଇଥିଲେ । ଫଳରେ ସିନେମାର ନିର୍ଦ୍ଦେଶକଙ୍କ ମୁତାବକ ସେ ଗୋଟିଏ ପରେ ଗୋଟିଏ ଗୁଳି ଚଳାଇଥିଲେ । ଏହି ଗୁଳିରେ ପ୍ରଥମେ କ୍ୟାମେରାମ୍ୟାନ ହଲିନା ହୋଚିମିନଙ୍କ ମୃତ୍ୟୁ ହୋଇଥିଲା ।

ଏଭଳି ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲା । ହେଲେ ଏଭଳି ଘଟଣାକୁ ନେଇ କୌଣସି ଅପରାଧିକ ଅଭିଯୋଗ ଆସି ନଥିବାରୁ ପୋଲିସ ଏହାକୁ ନଜର ଅନ୍ଦାଜ କରିଛି ।