ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି : ୨୬ ରେ ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି ଘୋଷଣା , ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ

ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି : ୨୬ ରେ ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି ଘୋଷଣା , ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ

କନକ ବ୍ୟୁରୋ : ସୂର୍ଯ୍ୟପରାଗ ପାଇଁ ସବୁ ସରକାରୀ ଅଫିସରେ ଛୁଟି ହେବାକୁ ଯାଉଛି । ଡିସେମ୍ବର ମାସ ୨୬ ତାରିଖରେ କେତୁଗ୍ରସ୍ତ ଆଶିଂକ ସୂର୍ଯ୍ୟ ପରାଗ ହେଉଅଛି, ଯେଉଁଥିପାଇଁ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ବନ୍ଦ ରହିବ ।  ସୂର୍ଯ୍ୟପରାଗ ପାଇଁ ଆସନ୍ତା ୨୬ରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କଲେ ରାଜ୍ୟ ସରକାର । ଛୁଟି ନେଇ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ନାସ ।

publive-image

ଆସନ୍ତା ଡିସେମ୍ବର ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ଯ୍ୟପରାଗ । ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଆଂଶିକ ଦେଖାଯିବ । ଓଡ଼ିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ଦିନ ୧୧ଟା ୨୮ମିନିଟ ସମୟରେ ଶେଷ ହେବ। ଏଠାରେ ଆମେ ଆପଣଙ୍କୁ ସଚେତନ କରାଇ ଦେଉଛୁ କି ସେଦିନ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲିଆଖିରେ କେବେ ବି ଦେଖନ୍ତୁ ନାହିଁ। ପଠାଣି ସାମନ୍ତ ପ୍ଲାନେଣ୍ଟାରିୟମ ଓ ଅନେକ ଅନୁଷ୍ଠାନ ତରଫରୁ ଲୋକମାନଙ୍କୁ ଏ ବିଷୟରେ ସଚେତନ କରାଯାଉଛି। ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ଏକ ପ୍ରେସ ବିବୃତି ଜାରି କରି ଜନସାଧାରଣଙ୍କୁ ସଚେତନ କରିଛନ୍ତି। ସୂର୍ଯ୍ୟପରାଗ ଦେଖିବା ଲାଗି ଦୂରବୀକ୍ଷଣ ଯନ୍ତ୍ର ଅଥବା ସୌର ଚଷମା ବ୍ୟବହାର କରିବା ଜରୁରୀ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe