କନକ ବ୍ୟୁରୋ : ପୌର ଭୋଟ ପାଇଁ ଛୁଟି ଘୋଷଣା । ମତଦାନ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି । ଅଥାର୍ତ ଯେଉଁମାନଙ୍କର ଘର ପୌରସଂସ୍ଥା ଓ ମହାନଗରରେ ରହିଛି ସେହି କର୍ମଚାରୀଙ୍କୁ ଛୁଟି ମିଳିବ । ନିର୍ବାଚନ ଦିନ, ନିର୍ବାଚନ ପୂର୍ବଦିନ ଓ ନିର୍ବାଚନ ପରଦିନ  ଏଭଳି ଭାବେ ସର୍ବାଧିକ ୩ ଦିନ ଛୁଟି ନେଇପାରିବେ କର୍ମଚାରୀ । ଆଉ ଏହି ଛୁଟିକୁ ସ୍ପେଶାଲ ସିଏଲ ଭାବେ ଗ୍ରହଣ କରାଯିବ ।

Advertisment

publive-imageଚଳିତଥର ୧୦୬ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ଭୋଟ ହେବ । ଆସନ୍ତା ୨୪ ତାରିଖରେ ନିର୍ଦ୍ଧାରିତ ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମରେ ଭୋଟ ପଡିବ । ଆଉ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ, ସମସ୍ତ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସ୍ପଷ୍ଟ କରାଯାଇଛି ।