ରଙ୍ଗର ପର୍ବ ହୋଲି ଉପଲକ୍ଷେ ଆଜି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜର ଟୁଇଟରରେ ଲେଖିଛନ୍ତି,‘ ପବିତ୍ର ହୋଲି ଅବସରରେ ସମଗ୍ର ଦେଶବାସୀଙ୍କୁ ଶୁଭକାମନା। ଏହି ସମସ୍ତଙ୍କ ଜୀବନରେ ସୁଖଶାନ୍ତି ଓ ସମୃଦ୍ଧି ଭରିଦେଉ।’
ହୋଲି ଉତ୍ସବରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ @rashtrapatibhvn : ଟ୍ୱିଟ୍ କରି ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ #kanaknews#Holi#Holi2020pic.twitter.com/28g9kgr6J9
— Kanak News (@kanak_news) March 10, 2020
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି ଯେ, ରଙ୍ଗର ପର୍ବ ହୋଲି ପାଇଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା । ହୋଲି ପର୍ବ ପ୍ରତି ଭାରତୀୟଙ୍କ ଜୀବନରେ ଆନନ୍ଦ ଆଣିଦେଉ । ଆନନ୍ଦ ଓ ଉଲ୍ଲାସର ପର୍ବ ପବିତ୍ର ହୋଲି ଅବସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓଡ଼ିଶାର ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ପର୍ବ ରାଜ୍ୟ ତଥା ବାହାରେ ରହୁଥିବା ସମସ୍ତ ଓଡ଼ିଆଙ୍କ ଜୀବନରେ ସୁଖ,ଶାନ୍ତି ଓ ଆନନ୍ଦ ଭରିଦେଉ ବୋଲି କାମନା କରିଛନ୍ତି।
ରଙ୍ଗର ପର୍ବ ହୋଲିରେ ମୁଖ୍ୟମନ୍ତ୍ରୀ @Naveen_Odisha
ଙ୍କ ଶୁଭେଚ୍ଛା : ଟ୍ୱିଟ୍ କରି ଓଡ଼ିଶାବାସୀଙ୍କୁ ହୋଲିର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ #kanaknews#Odisha#Holi#Holi2020pic.twitter.com/yZSZL2Ebhf— Kanak News (@kanak_news) March 10, 2020
ଠିକ୍ ସେହିପରି ପବିତ୍ର ହୋଲି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି ,‘ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ। ଜୟ ଜଗନ୍ନାଥ।’କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଶବାସୀଙ୍କୁ ବିଶେଷ କରି ହୋଲି ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ସେ ନିଜର ଟୁଇଟରରେ ଲେଖିଛନ୍ତି,‘ ପ୍ରେମ, ସଦଭାବନା , ସୈାହାର୍ଦ୍ଦ୍ୟ ଓ ସମରସତାର ପର୍ବ ହୋଲି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା । ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ନୂତନ ଶକ୍ତି, ଉତ୍ସାହ ଓ ସୁଖ ଆଣିଦେଉ ।’
ରଙ୍ଗର ପର୍ବ ହୋଲିରେ ପ୍ରଧାନମନ୍ତ୍ରୀ @narendramodiଙ୍କ ଶୁଭେଚ୍ଛା : ଟ୍ୱିଟ୍ କରି ଦେଶବାସୀଙ୍କୁ ହୋଲିର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ #kanaknews#Holi#Holi2020pic.twitter.com/19B6p7948M
— Kanak News (@kanak_news) March 10, 2020