ଫଗୁ ଖେଳ ସହ ନାଚଗୀତର ଆସର : ହୋଲି ରଙ୍ଗ ବୋଳି ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ । ଏଭଳି ସତର୍କତାର ସହ ଖେଳନ୍ତୁ ହୋଲି ପର୍ବ

147

ଆଜି ରଙ୍ଗର ପର୍ବ ହୋଲି । ଭାଇଚାରା ଓ ସଦଭାବନାର ପର୍ବ । ପରସ୍ପର ମଧ୍ୟରେ ଖୁସି ବାଂଟିବାର ପର୍ବ ଏହି ରଙ୍ଗର ପର୍ବ । ରାଗ ଦ୍ୱେଷ ଭୁଲି ପରସ୍ପରକୁ ରଙ୍ଗ, ଅବିର ବୋଳି ଶୁଭେଛା ଜଣାଉଛନ୍ତି ସମସ୍ତେ । ଫଗୁ ଖେଳ ସହ ନାଚଗୀତର ଆସର ଦେଖିବାକୁ ମିଳିଛି । ପରସ୍ପରକୁ ହୋଲି ରଙ୍ଗ ବୋଳି ଶୁଭେଚ୍ଛା ଜଣାଇ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି । ସବୁ ବର୍ଗ ଏହି ଉତ୍ସବକୁ ବେଶ ଉତ୍ସାହ ତଥା ଉଲ୍ଲାସର ସହ ପାଳନ କରିଛନ୍ତି । ବିଭିନ୍ନ ସ୍ଥାନରେ ହର୍ବାଲ ହୋଲି ଖେଳାଯିବାର ସୂଚନା ମିଳିଛି । ସେହିପରି ବିଭିନ୍ନ ଅଂଚଳରେ ଆଜି ଦହିହାଣ୍ଡି ଭାଙ୍ଗି ହୋଲି ଖେଳର ମଜା ଲୁଟିବେ ଯୁବପୀଢି ।

ଭକ୍ତ ଓ ଭଗବାନଙ୍କର ଏହି ପର୍ବକୁ ଖୁବ ଆନନ୍ଦର ସହ ପାଳନ କରିଛନ୍ତି ବିଦେଶୀ । ଆଉ ଏହି ପରମ୍ପରାକୁ ସାଉଁଟିଛନ୍ତି ବିଦେଶୀ ଭକ୍ତ । ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଓ ଫଗୁ ବୋଳି ଖୁସି ମନେଇବା ଅବସର । ତେବେ ହୋଲି ଖେଳିବା ବେଳେ ସତର୍କ ରୁହନ୍ତୁ ।

• ହୋଲି ଖେଳିବା ବେଳେ କେବଳ ପ୍ରାକୃତିକ ରଙ୍ଗ ଓ ଫଗୁ ବ୍ୟବହାର କରନ୍ତୁ ।

• ରାସାୟନିକ ରଙ୍ଗ ମାରାତ୍ମକ ହୋଇଥାଏ । ତେଣୁ ରାସାୟନିକ ରଙ୍ଗଠାରୁ ଦୂରେଇ ରୁହନ୍ତୁ ।

• ହୋଲି ଖେଳିବାବେଳେ ଆଖିର ଯତ୍ନ ନିଅନ୍ତୁ । ରଙ୍ଗ ଖେଳିବା ପୂର୍ବରୁ ଦେହରେ ସ୍କିନ କ୍ରିମ, ନଡିଆତେଲ କିମ୍ବା ସନସ୍କିନ ଲୋଶନ ବ୍ୟବହାର କରନ୍ତୁ ।

• ଆଖିରେ ରଙ୍ଗ ଭର୍ତ୍ତି ବେଲୁନ ମାଡ ହେଲେ ସାଙ୍ଗେ ସାଙ୍ଗେ ଆଖିରେ ପାଣିରେ ଧୋଇଦିଅନ୍ତୁ ।

• ଆଖି ଜଳାପୋଡା ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ ।

• ରଙ୍ଗ ଛଡାଇବା ପାଇଁ ଶରୀରକୁ ସାବୁନ କିମ୍ବା କିରୋସିନିରେ ଧୁଅନ୍ତୁ ନାହିଁ ।

• ହାଲକା ସ୍କ୍ରିନ କ୍ରିମ ବ୍ୟବହାର କରି ଧୀରେ ଧୀରେ ରଙ୍ଗ ଲାଗିଥିବା ସ୍ଥାନକୁ ଘଷନ୍ତୁ ।