ଆସନ୍ତା କାଲି ରଙ୍ଗର ପର୍ବ ହୋଲି । ସେପଟେ ହୋଲି ଲାଗି କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା

ଆସନ୍ତା କାଲି ରଙ୍ଗର ପର୍ବ ହୋଲି । ସେପଟେ ହୋଲି ଲାଗି କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା

କନକ ବ୍ୟୁରୋ : ହୋଲି ଅବସରରେ ରଙ୍ଗ ଖେଳରେ ଯେପରି ଲୋକେ କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ବେଶି କ୍ଷତିଗ୍ରସ୍ତ ନହୁଅନ୍ତି ସେନେଇ କ୍ୟାପିଟାଲ ହସ୍ପିଟାଲ୍‌ରେ ସ୍ବତନ୍ତ୍ର ଚିକିତ୍ସା ସୁବିଧା କରାଯାଇଛି। କାଜୁଆଲିଟିରେ ୩ ଜଣ ଡାକ୍ତର ରହୁଥିବା ବେଳେ ହୋଲି ଦିନ ଆଉ ଜଣେ ଡାକ୍ତର ରହିବେ। ଗୋଟେ ଡ୍ରେସିଂ କେନ୍ଦ୍ର ଖୋଲା ରହୁଥିବା ବେଳେ ହୋଲି ଦିନ ୨ଟା ଡ୍ରେସିଂ କେନ୍ଦ୍ର ଖୋଲିବ। ଚର୍ମ, ଚକ୍ଷୁ, କାନର ସ୍ବତନ୍ତ୍ର ସ୍ପେସାଲିଷ୍ଟ ମଧ୍ୟ ରହିବେ। ଏଥିସହ ଆଟେଣ୍ଡାଣ୍ଟ ଓ ନର୍ସମାନେ ମଧ୍ୟ ସଜାଗ ରହିବେ।

ହୋଲିରେ ପୁଲ୍‌ ସାଇଡ୍‌ ପାର୍ଟି

ହୋଲି ଅବସରରେ ରଙ୍ଗ ଉତ୍ସବରେ ବିଭୋର ହେବା ପାଇଁ କିଛି ଇଭେଣ୍ଟ୍‌ ସଂସ୍ଥା ଓ ଅନ୍ୟ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କପଲ୍‌ମାନଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ରଙ୍ଗ ଦେ ମାହି’ ଭଳି କାର୍ଯ୍ୟକ୍ରମ ଚନ୍ଦକା ନେଚର ରେଷ୍ଟୁରାଣ୍ଟରେ ଅନୁଷ୍ଠିତ ହେବ। ଏଥିରେ ପୁଲ୍‌ ସାଇଡ୍‌ ପାର୍ଟି, ରେନ୍‌ ଡ୍ୟାନସ, ହୋଲି ସ୍ପେସାଲ୍‌ ଥଣ୍ଡା ସହ ଖାଦ୍ୟ ଉପଲବ୍ଧ ହେବ। ହୋଲି ଦିନ ନାଲ୍‌କୋ ଛକ ନିକଟସ୍ଥ ମାର୍କ ଭିଜନରେ ରଙ୍ଗ ବରଷେ ୨.୦ କାର୍ଯ୍ୟକ୍ରମ ସକାଳ ସାଢ଼େ ୯ଟାରେ ଆୟୋଜିତ ହେବାକୁ ଯାଉଛି। ସେହିପରି ଅବହେଳିତ ଛାତ୍ରଛାତ୍ରୀମାନଙ୍କୁ ନେଇ ନାଲ୍‌କୋ ଛକ ନିକଟରେ ଏକ ହୋଲି ଉତ୍ସବ ଆୟୋଜିତ ହେବ। ହୋଟେଲ ଗ୍ରିନ ଫିଲ୍‌ଡରେ ମଧ୍ୟ ରେନ୍‌ ବୁମ ୩.୦ ଏ କଲର ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe