କନକ ବ୍ୟୁରୋ: କରୋନା ଭୟ ଭିତରେ ରାଜ୍ୟରେ ହୋଲି ଖେଳ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଚଳିତ ବର୍ଷ କେବଳ ଘର ଭିତରେ ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଲେ ଏସଆରସି । କୋଭିଡ୍ ଦ୍ୱିତୀୟ ଲହର ଭିତରେ ରାଜ୍ୟରେ ହୋଲି ପାଳନକୁ କଟକଣାଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସି ତରଫରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।
ଏଥିରେ କୁହାଯାଇଛି, ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଦେଖିବାକୁ ମିଳୁଛି । ତେଣୁ ଏଭଳି ପରିସ୍ଥିତିରେ ହୋଲି ପାଳନ ହେଲେ ଅଧିକ ଲୋକ ଏକାଠି ହେବାର ଆଶଙ୍କା ରହିଛି । ତେଣୁ ହୋଲିକୁ ଚଳିତ ବର୍ଷ କେବଳ ଘର ଭିତରେ ପାଳନ କରିବାକୁ ରାଜ୍ୟ ସରକାର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ଏହାସହ ଦୋଳ ମେଳଣକୁ ମଧ୍ୟ ରାଜ୍ୟ ସରକାର ମନା କରିଛନ୍ତି । କେବଳ ମନ୍ଦିରରେ ରୀତିନୀତି ପାଳନ ହେବ । ଏହା ବ୍ୟତୀତ ସର୍ବସାଧାରଣରେ କୌଣସି ପର୍ବ ପାଳନ ହେବନି ବୋଲି କୁହାଯାଇଛି । ଚଳିତ ବର୍ଷ ୨୮ ଓ ୨୯ ତାରିଖରେ ଏହି ରଙ୍ଗର ପର୍ବ ପାଳନ ହେବାକୁ ଥିଲା । କିନ୍ତୁ କୋଭିଡ୍ ଭୟ ଭିତରେ ହୋଲି ପାଳନ ହେଲେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ କହିଥିଲେ । ଏହାପରେ ରାଜ୍ୟ ସରକାର ଗାଇଡଲାଇନ୍ ଆଣି ହୋଲିକୁ କଟକଣାଯୁକ୍ତ କରିଛନ୍ତି ।
#ରାଜ୍ୟରେ_ହୋଲିକୁ_ମନା
ରାଜ୍ୟରେ ହୋଲି ପାଳନ ଉପରେ ଲାଗିଲା କଟକଣା
ଘର ଭିତରେ ହୋଲି ଖେଳିବାକୁ ପରାମର୍ଶ
ବାହାରେ ସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ #Odisha#HoliFestivalpic.twitter.com/Nfc16uGIIH— Kanak News (@kanak_news) March 19, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/37-6.jpg)