ସେଞ୍ଚୁରିଅନ ବିଦ୍ୟାଳୟର ପରିସରରେ ପ୍ରି – ହୋଲି ଉତ୍ସବ ଉଦଯାପିତ । ପରସ୍ପର ରଙ୍ଗ ଖେଳିଲେ, ଦହି ହାଣ୍ଡି ଭାଙ୍ଗି ହୋଲି ଉତ୍ସବକୁ ଅତି ଉତ୍ସାହର ସହ ପାଳିଲେ ଛାତ୍ରଛାତ୍ରୀ ।

69

କନକ ବ୍ୟୁରୋ : ବସନ୍ତର ଆଗମନରେ ପରିବେଶରେ ପରିବର୍ତ୍ତନ ଆସିଥାଏ । ସେହିପରି ମଣିଷର ମନରେ ମଧ୍ୟ ସମୟ ସମୟରେ ନୂତନ ବିଚାର ଓ ପରିପକ୍ୱତାର ପରିବର୍ତ୍ତନ ଆସିବା ଉଚିତଏହି ଆଭିମୁଖ୍ୟ ସହିତ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ହୋଲି ଉତ୍ସବ ପାଳନର ଉଦ୍ଦେଶ୍ୟ ନେଇ ଆଜି ସେଞ୍ଚୁରିଅନ ବିଦ୍ୟାଳୟ, ବ୍ଲସମ କନସେପ୍ଟ ସ୍କୁଲ, ଓ ଦିଲ୍ଲୀ ପବ୍ଲିକ ସ୍କୁଲର ମିଳିତ ଆନୁକୂଲ୍ୟରେ ପ୍ରି – ହୋଲି ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ସବୁ ଅନୁଷ୍ଠାନର ୩୦୦ ରୁ ଅଧିକ ଅଭିଭାବକ ସମେତ ଛାତ୍ର, ଛାତ୍ରୀ ଯୋଗଦାନ କରିଥିଲେ । ଉତ୍ସବଟି ସକାଳ ୧୦ ଟାରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଉତ୍ସବଟି ପରିଚାଳିତ ହୋଇଥିଲା । ଏହା ବ୍ୟତୀତ ଉତ୍ସବରେ ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ବ୍ଲସମ କଂସେପ୍ଟ ସ୍କୁଲର ଅଧ୍ୟକ୍ଷା ସୁନନ୍ଦିନୀ ଗୁରୁ, ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସଞ୍ଜନା ବାଲି, ସେଞ୍ଚୁରିଅନ ବିଦ୍ୟାଳୟର ଉପାଧ୍ୟକ୍ଷା ଡ଼ ପୂଣ୍ୟତୋୟା ବିଶ୍ଵାଳ, ସି. ଏଚ. ଏସ. ଇ ଯୁକ୍ତ ଦୁଇ ବିଜ୍ଞାନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ହେଲୋ କିଡ଼ସ ସ୍କୁଲର ଅଧ୍ୟକ୍ଷ ସୁଷମା ମୁଣ୍ଡ ଉପସ୍ଥିତ ରହି ଉତ୍ସବଟିର ସଫଳ ପରିଚାଳନାରେ ଯୋଗଦାନ କରିଥିଲେ ।

ଉତ୍ସବଟିର ପ୍ରାରମ୍ଭରେ ସହରର ପ୍ରତିଷ୍ଠିତ ମ୍ୟୁଜିକ ବ୍ୟାଣ୍ଡ “ହାରମୋନୀ ” ଗ୍ରୁପର ସଦସ୍ୟ ମାନେ ସଂଗୀତ ପରିବେଷଣ କରିଥିଲେ । ସମସ୍ତ ସ୍କୁଲର କୁନି କୁନି ଛାତ୍ର, ଛାତ୍ରୀ ମାନେ ରାଧା, କୃଷ୍ଣଙ୍କର ପୋଷାକ ପରିଧାନ କରି ଅଭିନୟ କରିଥିଲେ । ଏହା ପରେ ରଙ୍ଗ ଖେଳ ଆରମ୍ଭ ହୋଇଯାଇଥିଲା ଯାହାକି ପରିବେଶରେ ଆନନ୍ଦ ଓ ଭାତୃତ୍ବର ଭବନାର ଭାବନା ସୃଷ୍ଟି କରିଥିଲା । ଉତ୍ସବ ଶେଷରେ ଛାତ୍ର, ଛାତ୍ରୀଙ୍କ ଦ୍ୱାରା ” ଦହି ହାଣ୍ଡି ” ଭାଙ୍ଗିବାର ମନୋରମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିପରି ଭାବରେ ଉତ୍ସବଟିର ପରିସମାପ୍ତି ହୋଇଥିଲା । ଅନୁଷ୍ଠାନର ଏପରି ଅଭିନବ ପ୍ରୟାସକୁ ସମସ୍ତ ଅଭିଭାବକ ଓ ଅଭିଭାବିକା ସ୍ୱାଗତ କରିଛନ୍ତି ଓ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି ।