ଅଷ୍ଟ୍ରେଲିଆରେ ହୋଲି ମନାଉଛନ୍ତି ପ୍ରବାସୀ ଓଡିଆ । ରଙ୍ଗ ଅବିର ଖେଳ ଭିତରେ ପର୍ଥରୁ ଆସିଲା ଓଡିଶାବାସୀଙ୍କୁ ହୋଲି ଅଭିନନ୍ଦନ ।

81

କନକ ବ୍ୟୁରୋ: କେବଳ ଭାରତ ନୁହଁ ବିଦେଶରେ ମଧ୍ୟ ପାଳନ ହୋଇଛି ଦୋଳ ପୂର୍ଣ୍ଣମା ସହିତ ହୋଲି ଉତ୍ସବ । ଦରିଆ ପାରି ଅଷ୍ଟ୍ରେଲିଆରେ ପ୍ରବାସୀ ଓଡିଆ ପାଳନ କରୁଛନ୍ତି ରଙ୍ଗର ପର୍ବ । ଦୋଳ ପୂର୍ଣ୍ଣମାରେ ସିଡନୀରେ ପ୍ରବାସୀ ଓଡିଆ ଏକାଠି ହୋଇ ରଙ୍ଗ ଅବିରର ଉତ୍ସବ ମନେଇଛନ୍ତି । ବିଦେଶରେ ରହିଥିଲେ ମଧ୍ୟ ଆମ ସଂସ୍କୃତି ଓ ପରମ୍ପରାର ଝଲକ ହୋଲିକୁ କେହି ଭୁଲି ନାହାନ୍ତି ।

ବିଦେଶରେ ଥାଇ ସମସ୍ତ ଓଡିଶାବାସୀଙ୍କୁ ହୋଲି ଅବସରରେ ଅଷ୍ଟ୍ରେଲିଆରୁ ଶୁଭେଛା ଜଣାଇଛନ୍ତି ପ୍ରବାସୀ ଓଡିଆ । ଏହା ସହିତ ସମସ୍ତଙ୍କର ସୁସ୍ଥ ଓ ନିରୋଗ ଜୀବନ କାମନା କରିଛନ୍ତି । ଚଳିତ ବର୍ଷ କରୋନା କାରଣରୁ ପ୍ରବାସୀ ଓଡିଆ ଏହି ରଙ୍ଗର ଉତ୍ସବକୁ କଟକଣା ମଧ୍ୟରେ ପାଳନ କରିଛନ୍ତିା ପର୍ଥ ରେ ଏହି ହୋଲି ଉତ୍ସବକୁ ନେଇ ପୁରା ଅଂଚଳ ରଙ୍ଗ ମୟ ହୋଇ ଉଠିଛି ।

Comments are closed.