କନକ ବ୍ୟୁରୋ: କେବଳ ଭାରତ ନୁହଁ ବିଦେଶରେ ମଧ୍ୟ ପାଳନ ହୋଇଛି ଦୋଳ ପୂର୍ଣ୍ଣମା ସହିତ ହୋଲି ଉତ୍ସବ । ଦରିଆ ପାରି ଅଷ୍ଟ୍ରେଲିଆରେ ପ୍ରବାସୀ ଓଡିଆ ପାଳନ କରୁଛନ୍ତି ରଙ୍ଗର ପର୍ବ । ଦୋଳ ପୂର୍ଣ୍ଣମାରେ ସିଡନୀରେ ପ୍ରବାସୀ ଓଡିଆ ଏକାଠି ହୋଇ ରଙ୍ଗ ଅବିରର ଉତ୍ସବ ମନେଇଛନ୍ତି । ବିଦେଶରେ ରହିଥିଲେ ମଧ୍ୟ ଆମ ସଂସ୍କୃତି ଓ ପରମ୍ପରାର ଝଲକ ହୋଲିକୁ କେହି ଭୁଲି ନାହାନ୍ତି ।
ବିଦେଶରେ ଥାଇ ସମସ୍ତ ଓଡିଶାବାସୀଙ୍କୁ ହୋଲି ଅବସରରେ ଅଷ୍ଟ୍ରେଲିଆରୁ ଶୁଭେଛା ଜଣାଇଛନ୍ତି ପ୍ରବାସୀ ଓଡିଆ । ଏହା ସହିତ ସମସ୍ତଙ୍କର ସୁସ୍ଥ ଓ ନିରୋଗ ଜୀବନ କାମନା କରିଛନ୍ତି । ଚଳିତ ବର୍ଷ କରୋନା କାରଣରୁ ପ୍ରବାସୀ ଓଡିଆ ଏହି ରଙ୍ଗର ଉତ୍ସବକୁ କଟକଣା ମଧ୍ୟରେ ପାଳନ କରିଛନ୍ତିା ପର୍ଥ ରେ ଏହି ହୋଲି ଉତ୍ସବକୁ ନେଇ ପୁରା ଅଂଚଳ ରଙ୍ଗ ମୟ ହୋଇ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/Screen-Shot-2021-03-28-at-2.59.57-PM.png)