ବିଭିନ୍ନ ସ୍ଥାନରେ ଫଗୁ ରଙ୍ଗରେ ଝୁମିଲେ ଦେଶବାସୀ, ବୃନ୍ଦାବନରେ ଫୁଲ ଓ ରଙ୍ଗରେ ଭିଜିଲେ ଶତାଧିକ ଶ୍ରଦ୍ଧାଳୁ

95

କନକ ବ୍ୟୁରୋ : ଦେଶର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ହୋଲି ଉତ୍ସବ । ହୋଲି ପାଇଁ ଉତ୍ସବ ମୁଖର ହୋଇପଡିଛି ଦିଲ୍ଲୀ ଠୁ ପଲ୍ଲୀ । ସବୁଠି ପରସ୍ପରକୁ ଶ୍ରଦ୍ଧାର ସହ ରଙ୍ଗ ବୋଳିଛନ୍ତି । ହୋଲିର ରଙ୍ଗରେ ରଙ୍ଗୀନ ହୋଇଛି ଶ୍ରୀକୃଷ୍ଣଙ୍କ ନଗରୀ ମଥୁରା । ଏଠାରେ ବେଶ୍ ଧୁମଧାମରେ ଚାଲିଛି ହୋଲି ପାଳନ । ଦେଶବିଦେଶର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ପହଁଚି ହୋଲିଖେଳରେ ସାମିଲ ହୋଇଛନ୍ତି । ସେପଟେ ବୃନ୍ଦାବନରେ ମଧ୍ୟ ହୋଲିଉତ୍ସବ ବେଶ ଆଡମ୍ବର ସହ ପାଳନ କରାଯାଉଛି ।

ବୃନ୍ଦାବନ ସ୍ଥିତ ବାଙ୍କେବିହାରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ପରସ୍ପରକୁ ରଙ୍ଗ ବୋଳି ହୋଲି ମନାଉଛନ୍ତି ଶ୍ରଦ୍ଧାଳୁ । ମୁମ୍ବାଇର ମେରାଇନ୍ ଡ୍ରାଇଭରେ ବି ଲୋକ ହୋଲି ଉତ୍ସବ ପାଳନ କରିଛନ୍ତି । ରାଜସ୍ଥାନରେ ମଧ୍ୟ ହୋଲି ପୂର୍ବରୁ ରଙ୍ଗର ଆସର ଜମିଛି । ଫୁଲ ଓ ଅବିରରେ ଲୋକେ ଏଠାରେ ହୋଲି ପାଳିଛନ୍ତି । ଉଦୟପୁରରେ ବି ଧୁମଧାମରେ ହୋଲି ଉତ୍ସବ ପାଳନ ହୋଇଥିବା ବେଳେ ଏଠାରେ ରଙ୍ଗର ପର୍ବରେ ସାମିଲ ହୋଇଛନ୍ତି ବିଦେଶୀ ପଯ୍ୟଟକ ।