ସାରା ଦେଶରେ ରଙ୍ଗର ପର୍ବ ହୋଲିର ଉତ୍ସବ : ପରସ୍ପରକୁ ଫଗୁ ଅବିର ଲଗାଇ ଜଣାଇଲେ ହୋଲି ଶୁଭେଚ୍ଛା

356

ଫଗୁ ଖେଳ ସହ ନାଚଗୀତର ଆସର ଦେଖିବାକୁ ମିଳିଛି । ପରସ୍ପରକୁ ହୋଲି ରଙ୍ଗ ବୋଳି ଶୁଭେଚ୍ଛା ଜଣାଇ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି । ସବୁ ବର୍ଗ ଏହି ଉତ୍ସବକୁ ବେଶ ଉତ୍ସାହ ତଥା ଉଲ୍ଲାସର ସହ ପାଳନ କରିଛନ୍ତି । ସକାଳୁ ଆରମ୍ଭ ହୋଇଥିବା ରଙ୍ଗ ଖେଳ ପ୍ରାୟତଃ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ବୃନ୍ଦାବନରେ ଚାଲିଛି ହୋଲିର ଉତ୍ସବ । ମଥୁରା ସହ ବୃନ୍ଦାବନରେ ହୋଲି ଖେଳର ବେଶ ସ୍ୱତନ୍ତ୍ରତା ରହିଛି । ଫଗୁ ଦଶମୀ ପରଠୁ ଏହି ଦୁଇ ସହରରେ ଥିବା ବିଭିନ୍ନ ମନ୍ଦିରଠୁ ନେଇ ମଠ ସବୁଠି ହୋଲି ଖେଳ ବେଶ ଧୁମଧାମରେ ପାଳନ କରାଯାଇଥିଲା । ସାଧୁସନ୍ଥଙ୍କଠୁ ନେଇ ସାଧାରଣ ଜନତା ରଙ୍ଗର ଉତ୍ସବ ହୋଲିକୁ ବେଶ ଉତ୍ସାହର ସହ ପାଳିଥାନ୍ତିି । ହୋଲି ଅବସରରେ ବୃନ୍ଦାବନ ବାଙ୍କ ବିହାରୀ ଓ ଦ୍ୱାରକାଧୀଶ ମନ୍ଦିରରେ ଆୟୋଜନ କରାଯାଇଥାଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

ହୋଲି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ କରିି ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ହୋଲି ଉତ୍ସବର ଶୁଭେଚ୍ଛା ହୋଲି ଉତ୍ସବରେ ଦେଶବାସୀଙ୍କ ବରିଷ୍ଠ ନେତାମାନେ ଟୁଇଟ କରି ଶୁଭେଚ୍ଛା ଜଣାଇଥିବାବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିଆରା ଅନ୍ଦାଜରେ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ସାୟରୀକୁ ଟୁଇଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରିୟଙ୍କା ଗାନ୍ଧୀ ।