ଉତ୍ସବ ମନାଇବାର କିଛି ଘଂଟା ଭିତରେ ଆସିଲା ଅବସାଦର ଚିତ୍ର । ସାଲେପୁର, ସୋର, ପାରାଦୀପ, ବାରଙ୍ଗ, ବାଲିଗୁଡାରେ ପାଣିରେ ବୁଡ଼ି, ଗଲା ୭ଜଣଙ୍କ ଜୀବନ

186

କନକ ବ୍ୟୁରୋ : ସାରା ରାଜ୍ୟ ରଙ୍ଗେଇ ହୋଇଥିବାବେଳେ ଅନେକ ସ୍ଥାନରେ ଦୁଃଖ ଦେଇଛି ଖୁସିର ପର୍ବ । ଅନେକ ସ୍ଥାନରେ ହୋଲି ଅଘଟଣ ଘଟିଛି । ହୋଲି ଦୁର୍ଘଟଣାରେ ପାଣିରେ ବୁଡି ୭ ଜଣ ପ୍ରାଣ ହରାଇଛନ୍ତି । ସାଲେପୁର, ସୋର, ବାରଙ୍ଗ, ବାଲେଶ୍ୱର, ସମ୍ବଲପୁର ଭଲି ସ୍ଥାନରୁ ଏଭଳି ଖବର ଆସିଛି । ପାରାଦ୍ୱୀରେ ଗାେଧେଇବାକୁ ଯାଇ ଜଣେ ନାବାଳକ ପ୍ରାଣ ହରାଇଛନ୍ତି । ଗାଧେଇବାକୁ ଯାଇଥିବାବେଳେ ସେ ଗଭୀର ପାଣିରେ ବୁଡିଯାଇଥିଲେ । ଭୁବନେଶ୍ୱର କାନପୁର-ପୁରୀ କେନାଲରେ ବୁଡି ଜଣେ ପ୍ରାଣ ହରାଇଛନ୍ତି   । ହୋଲି ପରେ ରାସ୍ତା ଦୁର୍ଘଟଣା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କ ଜୀବନ ଯାଇଛି ।

ସେପଟେ ହୋଲିରେ ରଙ୍ଗ ଖେଳ ପାଇଁଁ ସମସ୍ତେ ମସଗୁଲ ଥିଲେ । ଆଉ ଏହାର ସୁଯୋଗ ନେଇ ଜଗିରହିଥିଲେ ଦୁଇଗୋଷ୍ଠୀ । ଆଉ ସମୟ ଦେଖି ଆରମ୍ଭ କରିଦେଲେ ସଂଘର୍ଷ   । ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀସଂଘର୍ଷ ହୋଇଛି । ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଏତେ ତୀବ୍ର ହୋଇଛି ଯେ ପାଂଚଜଣ ଆହତ ହୋଇଛନ୍ତି । ୪ଜଣ ଗୁରୁତର ହୋଇଛନ୍ତି । ସଂଘର୍ଷରେ ଭୋଗଡାର ସଂରପଚଙ୍କ ସ୍ୱାମୀ ଓ ଦିଅର ବି ଆହତ ହୋଇଛନ୍ତି   । ସ୍ଥିତି ଏଭଳି ହୋଇଛି ଯେ, ଜଣେ ବୃଦ୍ଧ ଗାଁକୁ ଯିବାବେଳେ ବି ତାଙ୍କୁ ହାଣି ପକାଇଥିଲେ କିଛି ଲୋକ । ଘଟଣା ପରେ ପୁରା ଗାଁକୁ ଜଗି ରହିଛନ୍ତି ପୁଲିସ ଫୋର୍ସ ।

ଅନ୍ୟପଟେ ନୀଳଗିରି ଥାନା ଗୁହାଳିଆ ଗାଁରେ ମଧ୍ୟ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଦୁଇଗୋଷ୍ଠୀ ମଧ୍ୟରେ ପୂର୍ବଶତ୍ରୁତା ଥିବାବେଳେ ହୋଲିକୁ ଯେମିତି ସମସ୍ତେ ଛକି ରହିଥିଲେ । ଆଉ ସୁଯୋଗ ଦେଖି ହୋଲିରେ ଗାଁରେ ବୁଲିଛି ଖଣ୍ଡା , ଭୁଜାଲି । ଏଥିରେ ୬ ଜଣ ଗୁରୁତର ହୋଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ଦୁଇଜଣକୁ ଅଟକ ରଖି ପଚରାଉଚରା କରାଯାଉଛି ।

କେବଳ ସେତିକି ନୁହେଁ ହୋଲିବେଳେ ଖୋର୍ଦ୍ଧା ପଙ୍ଗାରସିଂ ଗାଁରେ ବି ଉତେଜନା ଦେଖାଦେଇଛି । ପଙ୍ଗାରସିଂ ସରପଂଚଙ୍କ ଘର ଭାଙ୍ଗିଛନ୍ତି ଆଦିବାସୀ ଲେକେ । ପୋଡାଡିହ ପଂଚାୟତର ଦିନିଆରୀ ସାହିର ସଂରପଚଙ୍କ ପୁଅଙ୍କ ଗୋଷ୍ଠୀର ଲୋକେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ସରପଂଚଙ୍କ ଘର ଆଗରେ ଭଙ୍ଗାରୁଜା କରିଛନ୍ତି ଲୋକେ ।