କନକ ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ହୋଲି ଖେଳିବାର ପରମ୍ପରା କାହିଁ କେଉଁ କାଳରୁ ରହିଛି । ବରସାନାରେ ଲଡ୍ଡୁ –ଲଠମାର ହୋଲି ଖେଳାଯାଉଥିବାବେଳେ ଗୋକୁଳରେ ବାଡି ଖେଳ ଜମେ । ବୃନ୍ଦାବନରେ ଫୁଲରେ ହୋଲି ଖେଳାଯାଉଥିବାବେଳେ ଅନ୍ୟ ସ୍ଥାନ ମାନଙ୍କରେ ଦହିହାଣ୍ଡି ଭାଙ୍ଗି ଅବିରରେ ହୋଲି ଖେଳ ହୁଏ । କିନ୍ତୁ ଏଭଳି ଏକ ସ୍ଥାନ ଅଛି ଯେଉଁଠି ରଙ୍ଗ ନୁହେଁ ବରଂ ମଶାଣୀ ପାଉଁଶ ତଥା ଚିତା ଭସ୍ମରେ ହୋଲି ଖେଳ ହୁଏ ।
ମୋକ୍ଷର ସ୍ଥାନ କୁହାଯାଉଥିବା ବାରାଣାସୀ ଘାଟରେ ଥିବା ବାବା ବିଶ୍ୱନାଥଙ୍କ ସହ ସଙ୍ଗଠିତ ହୁଏ ନିଆରା ହୋଲି ଖେଳ । ଫଗୁଣ ଏକାଦଶୀ ତିଥିରେ ବାବା ବିଶ୍ୱନାଥ ପ୍ରଥମେ ମା’ ପାର୍ବତୀଙ୍କ ସହ ବିମାନରେ ଆସି ପରିକ୍ରମା କରିବା ମଣିକର୍ଣ୍ଣିକା ଘାଟକୁ ବିଜେ କରନ୍ତି । ସେଠାରେ ଲୋକଙ୍କୁ ଦାହ କରାଯାଇଥିବା ଚିତା ଭସ୍ମକୁ ଅଣାଯାଇ ମହାଦେବଙ୍କ ସହ ହୋଲି ଖେଳନ୍ତି ଶ୍ରଦ୍ଧାଳୁ ଓ ସେବାୟତ । ମହାଦେବଙ୍କ ସହ ଭସ୍ମ ହୋଲି ଖେଳିବା ପରେ ପରସ୍ପରକୁ ଭସ୍ମ ବୋଳାବୋଳି ହୁଅନ୍ତି ଶ୍ରଦ୍ଧାଳୁ । /kanak/media/post_attachments/wp-content/uploads/2024/03/holi-2-1024x573.jpg)
ଏହି ଅବସରରେ ସେଠିକାର ପରିବେଶ ଦେଖିବାର କଥା । ଡମ୍ବରୁର ଘର୍ଘର ଶବ୍ଦ ଓ ହର ହର ମହାଦେବ ଡାକରେ ପୁରା ପରିବେଶ ଫାଟିପଡେ । ଏଠିକାର ହୋଲି ଖେଳ ସବୁଠୁ ନିଆରା, ଯେଉଁଠି ଭକ୍ତଙ୍କ ସହ ହୋଲି ଷଖଳିବାକୁ ବାହାରନ୍ତି ମହାଦେବଙ୍କ ଚଳନ୍ତି ପ୍ରତୀମା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/holi.jpg)