କନକ ବ୍ୟୁରୋ : ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ହୋଲି ଉପରେ ଲାଗିଛି କଟକଣା । କମର୍ସିଆଲ ହୋଲି ଉପରେ କଟକଣା ଲଗାଇଛି କମିସନରେଟ ପୁଲିସ । ରାଜଧାନୀରେ ମନଇଛା ହୋଲି ଖେଳାଯାଇପାରିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ । କମର୍ସିଆଲ ହୋଲି ପାଇଁ ଅନୁମତି ଦେବା ପୂର୍ବରୁ ବିଭିନ୍ନ ଦିଗରୁ ତର୍ଜମା କରାଯିବ ବୋଲି କହିଛନ୍ତି ଡିସିପି ।
କୌଣସି ସ୍ଥାନରେ କମର୍ସିଆଲ ହୋଇପାଇଁ ଅନୁମତି ଦେବା ଆଗରୁ ସେଠାକାର ସୁରକ୍ଷା, ପ୍ରବେଶ ଓ ଲୋକଙ୍କ ସମାଗମକୁ ତର୍ଜମା କରାଯିବ । ଅନୁମତି ନପାଇ ମନଇଛା ହୋଲି ଇଭେଂଟ କରାଯାଇ ପାରିବ ନାହିଁ । ଯଦି କେହି ଆଇନ୍ ଉଲଂଘନ କରି ମନଇଛା କମର୍ସିଆଲ ହୋଲି ଇଭେଂଟ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ସତ୍ୟବ୍ରତ ଭୋଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-10-14h19m55s126.png)