ହୋଲି ପର୍ବ ସମୟରେ ଗହଳି ଯୋଗୁଁ ମିଳୁନାହିଁ ଟ୍ରେନ୍ ଟିକେଟ୍ ! ତେବେ ଚିନ୍ତା କରନ୍ତୁ ନାହିଁ ପୁଣିଥରେ ବୁକ୍ କରିପାରିବେ କନଫର୍ମ ଟିକେଟ୍ । 

188

ହୋଲି ପର୍ବ ସମୟରେ ଯଦି ଆପଣ ମଧ୍ୟ ଘରକୁ ଯିବାକୁ ଚାହାନ୍ତି ଏବଂ ବ୍ୟସ୍ତତା ଯୋଗୁଁ ଟ୍ରେନ୍ ଟିକେଟ୍ ବୁକ୍ କରିପାରିନାହାନ୍ତି ତେବେ ଆପଣଙ୍କ ପାଖରେ ଆଉ ଏକ ବିକଳ୍ପ ରହିଛି । ଏଭଳି ସ୍ଥିତିରେ ପ୍ରିମିୟମ୍ ତକ୍ରାଳ ବିକଳ୍ପ ଆପଣଙ୍କ ଅସୁବିଧାକୁ ଲାଘବ କରିପାରିବ । ପ୍ରିମିୟମ୍ ତକ୍ରାଳ ଏହା ଏକ କିସମର ରେଳ ଟିକେଟ୍ ଯାହା ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ବୁକ୍ କରାଯାଇଥାଏ । ତକ୍ରାଳ ତୁଳନାରେ ଏହି ଟିକେଟ୍ ରେ ସିଟ୍ ମିଳିବା ସମ୍ଭାବନା ଅଧିକ ବଢିଯାଏ । ତେବେ ଆସନ୍ତୁ କ’ଣ ଏହି ପ୍ରିମିୟମ୍ ତକ୍ରାଳ ଟିକେଟ୍ ଜାଣିବା ।

୧ . ତକ୍ରାଳ ଭଳି ଏହି କ୍ଲାସର ଟିକେଟ୍ ପାଇଁ ସକାଳ ୧୦ ଟାରୁ ବୁକିଙ୍ଗ୍ କରିବାକୁ ପଡିଥାଏ । ସେହିଭଳି ନନ୍ ଏସି ଟିକେଟ୍ ପାଇଁ ସକାଳ ୧୧ ଟା ସମୟରେ ବୁକିଙ୍ଗ୍ କରିବାକୁ ପଡିଥାଏ ।

୨ . ଆଇଆରସିଟିସି ନିୟମ ହିସାବରେ ଏଜେଣ୍ଟ୍ ଙ୍କୁ ପ୍ରିମିୟମ୍ ତକ୍ରାଳ ଟିକେଟ୍ ବୁକିଙ୍ଗ୍ କରିବା ପାଇଁ ନିୟମ ନଥାଏ ।

୩ .ଏହି ଟିକେଟ୍ ପାଇଁ ଡାଇନାମିକ୍ ଫେୟର୍ ଆଦାୟ କରାଯାଏ । ଏହି ରାଶି ଉଭୟ ବଢିବା ସହ କମ୍ ମଧ୍ୟ ହୋଇଥାଏ ।

୪ . ଏହା ଅନୁସାରେ କେବଳ କନଫର୍ମ ଟିକେଟ୍ ହିଁ ମିଳିଥାଏ । ଏଥିରେ ଆରଏସି ଶ୍ରେଣୀ ତଥା ୱେଟିଙ୍ଗ୍ ଲିଷ୍ଟ୍ ବୁକ୍ କରାଯାଇପାରିବ ନାହିଁ ।

୫. କେବଳ ଅନଲାଇନ୍ ବୁକିଙ୍ଗ୍ ମାଧ୍ୟମରେ ଏହି ଟିକେଟ୍ ବୁକ୍ କରିପାରିବେ ।

୬ . ପ୍ରିମିୟମ୍ ତକ୍ରାଳ ଟିକେଟ୍ ବୁକ୍ କରିବା ସମୟରେ ଆଇଡେଣ୍ଟିଟି କାର୍ଡ ଥିବା ନିହାତି ଆବଶ୍ୟକ । ଯଦି ଦୁଇ ଅଧିକ ଲୋକଙ୍କ ଟିକେଟ୍ ବୁକ୍ କରୁଛନ୍ତି ତେବେ ଜଣେ ବ୍ୟକ୍ତିଙ୍କ ପାଖରେ ଆଇଡେଣ୍ଟିଟି କାର୍ଡ ରହିବା ଅନିବାର୍ଯ୍ୟ ଅଟେ ।

୭ . ଏହି ଟିକେଟ୍ ରଦ୍ଧ କଲେ କୌଣସି ଟଙ୍କା ଫେରସ୍ତ ମିଳିବ ନାହିଁ ।